Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ଏସ୍‌ଆଇଆର୍‌କୁ ନେଇ ମମତାଙ୍କ ତୀବ୍ର ଆକ୍ରମଣ

କୋଲକାତା: ଭୋଟର ତାଲିକାର ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (ଏସ୍‌ଆଇଆର୍)କୁ ନେଇ ନିର୍ବାଚନ କମିଶନରେ ଦୁଇ ନିର୍ବାଚନ କମିଶନରଙ୍କ ଆପତ୍ତି ସମ୍ପର୍କିତ ଖବର ପ୍ରକାଶ ପରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଗିରଫ ଦାବି କରିବା ସହ ପ୍ରି-ଏସ୍‌ଆଇଆର୍ ଭୋଟର ତାଲିକା ଆଧାରରେ ପଶ୍ଚିମବଙ୍ଗରେ ପୁନଃନିର୍ବାଚନ କରାଇବାକୁ କହିଛନ୍ତି।

ମମତାଙ୍କ ଅଭିଯୋଗ, ଏସ୍‌ଆଇଆର୍ ପ୍ରକ୍ରିୟାରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ପଡ଼ିଛି ଏବଂ ଏହାର ରାଜନୈତିକ ପ୍ରଭାବ ପଡ଼ିଛି। ସେ ଏନେଇ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରି ଦେଶବ୍ୟାପୀ ଆନ୍ଦୋଳନ କରିବାର ସଙ୍କେତ ଦେଇଛନ୍ତି।

ଏହାପୂର୍ବରୁ ଏକ ରିପୋର୍ଟରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସରେ ଭୋଟର ତାଲିକା ଓ ଏସ୍‌ଆଇଆର୍ ସମ୍ପର୍କିତ ବିଭିନ୍ନ ନିଷ୍ପତ୍ତି ଉପରେ ୧୪ ଥର ଆପତ୍ତି ଉଠାଇଥିବା ଦାବି କରାଯାଇଥିଲା।

ତେବେ ନିର୍ବାଚନ କମିଶନ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛି। କମିଶନଙ୍କ ଅନୁସାରେ, ସଦସ୍ୟମାନଙ୍କ ମଧ୍ୟରେ ମତାମତର ଭିନ୍ନତା ଆଲୋଚନା ପ୍ରକ୍ରିୟାର ସାଧାରଣ ଅଂଶ। ବ୍ୟକ୍ତିଗତ ଆପତ୍ତିକୁ କମିଶନର ଅନ୍ତିମ ନିଷ୍ପତ୍ତି ବୋଲି ଧରାଯାଇପାରିବ ନାହିଁ ଏବଂ ଏସ୍‌ଆଇଆର୍ ସମେତ କମିଶନର ସମସ୍ତ ଅନ୍ତିମ ନିଷ୍ପତ୍ତି ତିନି ସଦସ୍ୟଙ୍କ ସର୍ବସମ୍ମତିରେ ହୋଇଛି।

Show More

Related Articles

Back to top button