ମୁଖ୍ୟ ଖବରରାଜନୀତି

ନେଦରଲ୍ୟାଣ୍ଡ ଗସ୍ତରେ କୌଶଳଗତ ସହଯୋଗକୁ ଗୁରୁତ୍ୱ ଦେବେ ମୋଦୀ

ଆମଷ୍ଟରଡାମ୍: ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ନେଦରଲ୍ୟାଣ୍ଡ ଗସ୍ତରେ ଭାରତ-ନେଦରଲ୍ୟାଣ୍ଡ ଦ୍ୱିପକ୍ଷୀୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ କୌଶଳଗତ ସହଯୋଗ ଚୁକ୍ତି ସ୍ୱାକ୍ଷରକୁ ପ୍ରମୁଖ ଗୁରୁତ୍ୱ ଦିଆଯିବ। ନେଦରଲ୍ୟାଣ୍ଡ ସରକାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ମେ’ ୧୬ରେ ନେଦରଲ୍ୟାଣ୍ଡର ରାଜା କିଙ୍ଗ୍ ୱିଲେମ୍-ଆଲେକ୍ସାଣ୍ଡର ଏବଂ ରାଣୀ କ୍ୱିନ୍ ମ୍ୟାକ୍ସିମା ‘ହୁଇସ୍ ଟେନ୍ ବୋଶ୍’ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବେ। ପରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଦ୍ୱିପକ୍ଷୀୟ ବୈଠକ ହେବ।
ଏହି ଗସ୍ତରେ ସୁରକ୍ଷା, ନୂତନ ପ୍ରଯୁକ୍ତି, ଜଳ ପରିଚାଳନା, ଗ୍ରୀନ୍ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଏବଂ ଅର୍ଥନୈତିକ ସହଯୋଗ ଉପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ। ଏହାସହ ମଧ୍ୟପ୍ରାଚ୍ୟ ପରିସ୍ଥିତି ଏବଂ ୟୁକ୍ରେନ୍ ସଂଘର୍ଷ ନେଇ ମଧ୍ୟ ଆଲୋଚନା କରାଯିବ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସହଯୋଗ ଚୁକ୍ତି ସ୍ୱାକ୍ଷର ହେବା ସହ ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button