Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଦିଲ୍ଲୀରେ ବହୁତଳ କୋଠା ଭୁଶୁଡ଼ିଲା

ଭଗ୍ନାବଶେଷ ତଳେ ଫସିଛନ୍ତି ଅନେକ ଛାତ୍ର

ଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କୋଠା ଭିତରେ ଥିବା ପେଇଂ ଗେଷ୍ଟ (ପିଜି)ରେ ରହୁଥିବା ଅନେକ ଛାତ୍ରଛାତ୍ରୀ ଭଗ୍ନାବଶେଷ ତଳେ ଫସିଥିବା ଜଣାପଡ଼ିଛି। ଏପରିକି କିଛି ଛାତ୍ର ଭଗ୍ନାବଶେଷ ତଳୁ ଫୋନ୍‌ କରି ସହାୟତା ପାଇଁ ନିବେଦନ କରୁଥିବା ଆର୍‌କେ ପୁରମ୍‌ ବିଜେପି ବିଧାୟକ ଅନିଲ କୁମାର ଶର୍ମା କହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। କୋଠାରେ ପ୍ରାୟ ଚାରିଟି ମହଲା ଥିବା ବେଳେ ସେଠାରେ ଅନେକ ଛାତ୍ରଛାତ୍ରୀ ରହୁଥିଲେ। ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୨୦ରୁ ୩୦ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି।

ଘଟଣା ପରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ୍‌, ଏମ୍‌ସିଡି ଏବଂ ପୋଲିସର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭଗ୍ନାବଶେଷ ହଟାଇ ଭିତରେ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଅଭିଯାନ ଚାଲିଛି। ଏହି ଘଟଣାରେ ମହିଳାଙ୍କ ସମେତ ଅନେକ ଛାତ୍ର ଫସିଥିବା ସ୍ଥାନୀୟ ଲୋକ କହିଛନ୍ତି।

ବିଧାୟକ ଅନିଲ କୁମାର ଶର୍ମା ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିବା ସହ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ପୂର୍ଣ୍ଣ ଜରୁରୀକାଳୀନ ଟିମ୍‌କୁ ଘଟଣାସ୍ଥଳକୁ ପଠାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି

Show More

Related Articles

Back to top button