Breaking PLUSଓଡ଼ିଶାନିଯୁକ୍ତିବାଣିଜ୍ୟମୁଖ୍ୟ ଖବର

ନୟାଗଡ଼ରେ ନୂଆ ଚିନି କାରଖାନା ପାଇଁ ତେଜିଲା ପ୍ରକ୍ରିୟା

ନୟାଗଡ଼ ଜିଲ୍ଲାରେ ନୂଆ ଚିନି କାରଖାନା ସ୍ଥାପନ ପାଇଁ ପ୍ରାଥମିକ ପ୍ରକ୍ରିୟା ତେଜି ଉଠିଛି। ସମବାୟ ମନ୍ତ୍ରଣାଳୟ ଅଧୀନରେ ଇଣ୍ଡିଆନ ପୋଟାସ ଲିମିଟେଡ୍‌ (ଆଇପିଏଲ୍) ପକ୍ଷରୁ ଏହି କାରଖାନା ସ୍ଥାପନ ହେବାକୁ ଯାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସୁସ୍ପଷ୍ଟ ଉତ୍ସାହ ଦେଖାଯାଉଛି।
ଶନିବାର ଆଇପିଏଲ୍‌ର ୩ ଜଣିଆ ପ୍ରତିନିଧି ଦଳ ନୟାଗଡ଼ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଯୁକ୍ତ ଭାବେ ବିଭିନ୍ନ ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କରିଛନ୍ତି। ବାଲୁଗାଁ ନିକଟରେ ପୁରୁଣା ଚିନିକଳ ପାଖରେ ଥିବା ପ୍ରାୟ ୭୦ ଏକର ଜମି ସହିତ ଗୁମି ଅଞ୍ଚଳର କିଛି ସ୍ଥାନକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ପରିଦର୍ଶନ ପରେ ରିପୋର୍ଟ ସରକାରଙ୍କୁ ଦିଆଯିବା ସହ ଶୀଘ୍ର ଅଗ୍ରଗତି ହେବ ବୋଲି ପ୍ରଶାସନ ସୂଚନା ଦେଇଛି।
ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏହି ପ୍ରକଳ୍ପ ଘୋଷଣା କରିଥିବା ବେଳେ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଶୀଘ୍ର ଚିନିକଳ ସ୍ଥାପନ ପାଇଁ ରୋଡମ୍ୟାପ ପ୍ରସ୍ତୁତ ଥିବା କହିଛନ୍ତି।
ଏହି ପ୍ରକଳ୍ପ ରୂପାୟଣ ହେଲେ ଅଞ୍ଚଳର ଆଖୁ ଚାଷୀମାନେ ଲାଭାନ୍ବିତ ହେବେ, ତାଙ୍କ ଆୟ ବୃଦ୍ଧି ପାଇବା ସହ ସ୍ଥାନୀୟ ଯୁବମାନଙ୍କ ପାଇଁ ଚାକିରି ସୁଯୋଗ ଉତ୍ପନ୍ନ ହେବ।
ଉଲ୍ଲେଖନୀୟ, ପୁରୁଣା ଚିନିକଳ ସମ୍ପର୍କିତ ଆଇନଗତ ସମସ୍ୟା ଥିବାରୁ ତାହାର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି। ଏହିପରିସ୍ଥିତିରେ ନୂତନ ସ୍ଥାନ ଚିହ୍ନଟକୁ ଗୁରୁତ୍ୱ ଦିଆଯାଉଛି।

Show More

Related Articles

Back to top button