Breaking PLUSଓଡ଼ିଶାମୁଖ୍ୟ ଖବର
କାଲିଠୁ ବନ୍ଦ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ

ପୁରୀ:ଆସନ୍ତାକାଲି ଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁନ୍ ମାସରେ ପୁଣି ଗଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭିତର ଭଣ୍ଡାରରେ ଏଯାବତ ମେଳକରେ ସମ୍ପୂର୍ଣ୍ଣ ପୂର୍ଣ୍ଣତା ରହିଛି। ସମସ୍ତ ଗଣତିମଣତି ବେଶ୍ ସ୍ବଚ୍ଛତାର ସହ ଓ ସୁରକ୍ଷିତ ଭାବେ କରାଯାଉଛି। ଆଗାମୀ ଦିନରେ ଗଣତିମଣତି ବେଳେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।



