Breaking PLUSଓଡ଼ିଶାମୁଖ୍ୟ ଖବର
ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ- ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।
ମେ’ ଦ୍ୱିତୀୟ ସପ୍ତାହରେ ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଆକଳନ କରିଛି । ୧୧ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ।
ତେବେ ବନ୍ୟା, ବାତ୍ୟା ଆସିଲେ ମୁକାବିଲା ଆମେ ପ୍ରସ୍ତୁତ ଅଛୁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା । ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା ସମ୍ଭାବନା ଥାଏ । ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ବାତ୍ୟା ଆକଳନ କରିଥିବା ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।



