ଅପରାଧମୁଖ୍ୟ ଖବର

ବନ୍ଧୁକ ମୁହଁରେ ଲୁଟ: ଜୁଏଲାରୀ ବ୍ୟବସାୟୀଙ୍କୁ ଆକ୍ରମଣ, ୧୦ ଲକ୍ଷରୁ ଅଧିକ ଗହଣା ଲୁଟ

ବାଲେଶ୍ୱର: ବାଲେଶ୍ୱରରେ ଜିଲ୍ଲାରେ ପୁନି ଏକ ଦୁସାହସିକ ଲୁଟ ଘଟଣା ସାମ୍ନାକୁ ଆସିଛି। ଅମର୍ଦ୍ଦା ବଜାର ଅଞ୍ଚଳରେ ବନ୍ଧୁକ ଦେଖାଇ ଜୁଏଲେରୀ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତମାନେ।

ସୂଚନାନୁସାରେ, “ଲକ୍ଷ୍ମୀ ଜୁଏଲାରୀ” ମାଲିକ ଗଗନ ପ୍ରଧାନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଘଟଣା ଘଟିଥିଲା। ଅମର୍ଦ୍ଦା ରେଳବାଇ ରାସ୍ତା କଡ଼ରେ ଆଗୁଆ ହୋଇଥିବା ୩ ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ପରେ ବନ୍ଧୁକ ଦେଖାଇ ଭୟଭୀତ କରି ଗହଣା ଭର୍ତ୍ତି ବ୍ୟାଗ୍‌ ଲୁଟି ନେଇଥିଲେ। ଏହି ଲୁଟର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଘଟଣା ପରେ ଖବର ପାଇ ବସ୍ତା ଥାନା ପୁଲିସ୍‌ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ଚାରିପାଖରେ ତଲାଶି ଜୋରଦାର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।

Show More

Related Articles

Back to top button