Breaking PLUSଓଡ଼ିଶାମୁଖ୍ୟ ଖବର

ତୀର ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ସ୍କୁଲ ଛାତ୍ର

ସମ୍ବଲପୁର: ସ୍କୁଲ ଯାଉଥିବା ବେଳେ ତୀର ମାଡ଼ରୁ ଅଳ୍ପକେ ବର୍ତ୍ତିଗଲେ ଜଣେ ସ୍କୁଲ ଛାତ୍ର। ଛାତ୍ରଙ୍କୁ ଲକ୍ଷ୍ୟ କରି ଛଡ଼ାଯାଇଥିବା ତୀର ତାଙ୍କ ଦେହରେ ବାଜିବା ପରିବର୍ତ୍ତେ ସ୍କୁଲ ବ୍ୟାଗ୍‌ ଭିତରେ ଥିବା ଟିଫିନ୍‌ ଡବାରେ ବାଜିଥିବାରୁ ସେ ଅକ୍ଷତ ରହିଛନ୍ତି। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅନ୍ତର୍ଗତ କେଉଟବେର୍ଣ୍ଣି ଗାଁରେ ସୋମବାର ସକାଳେ ଘଟିଛି।

ସୂଚନା ଅନୁସାରେ, ଅମୂଲ୍ୟ ଧଳ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କୁ ସ୍କୁଲ ନେଇ ଯାଉଥିଲେ। ଏହି ସମୟରେ ଗାଁର ମୁଚି ସାହୁ ନାମକ ଜଣେ ବ୍ୟକ୍ତି ସୌମ୍ୟରଞ୍ଜନଙ୍କୁ ଲକ୍ଷ୍ୟ କରି ତୀର ଛଡ଼ାଇଥିବା ଅଭିଯୋଗ ହୋଇଛି। ତୀରଟି ଛାତ୍ରଙ୍କ ପିଠିରେ ଥିବା ସ୍କୁଲ ବ୍ୟାଗ୍‌ରେ ବାଜିଥିଲା। ବ୍ୟାଗ୍‌ ଭିତରେ ଥିବା ଟିଫିନ୍‌ ଡବାରେ ତୀରଟି ଅଟକିଯିବାରୁ ତାଙ୍କ ଦେହରେ ଆଘାତ ଲାଗିନଥିଲା।

ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି। ତେବେ ଆକ୍ରମଣର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

Show More

Related Articles

Back to top button