Breaking PLUSଓଡ଼ିଶାମୁଖ୍ୟ ଖବର

ବିଶ୍ୱ ଜଳ ଦିବସରେ ଜଳ ସଂରକ୍ଷଣ ପାଇଁ ଆହ୍ୱାନ, ସମୁହିକ ପ୍ରୟାସରେ ‘ସମୃଦ୍ଧ ଓଡ଼ିଶା’ ଗଠନରେ ଜୋର

ବିଶ୍ୱ ଜଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇ ସମୁହିକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସନ୍ଦେଶରେ କହିଛନ୍ତି ଯେ, ଜଳ ହେଉଛି ଜୀବନର ଆଧାର ଏବଂ ଏହି ଅମୂଲ୍ୟ ସମ୍ପଦକୁ ସୁରକ୍ଷା ଓ ସୁସ୍ପଷ୍ଟ ଭାବେ ବ୍ୟବହାର କରିବା ପ୍ରତ୍ୟେକଙ୍କ ଦାୟିତ୍ୱ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ‘ଜଳ ଜୀବନ ମିଶନ’ ମାଧ୍ୟମରେ ଗ୍ରାମ ଓ ଘରକୁ ପାନୀୟ ଜଳ ପହଞ୍ଚାଇବା ସହ ପାଣି ପଞ୍ଚାୟତ ସଶକ୍ତିକରଣ ଓ ସିଚାଇ ପ୍ରକଳ୍ପ ମାଧ୍ୟମରେ କୃଷି ଉନ୍ନତିକୁ ଗୁରୁତ୍ୱ ଦିଆଯାଉଛି।
ସେ ଆହ୍ୱାନ କରିଛନ୍ତି ଯେ, ଜଳ ସଂରକ୍ଷଣକୁ ସମୁହିକ ଆନ୍ଦୋଳନରେ ପରିଣତ କରି ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମସ୍ତେ ଆଗେଇ ଆସନ୍ତୁ।
ଏହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଜଳକୁ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ସମନ୍ୱୟର ଆଧାର ବୋଲି କହି ଏହାର ସୁରକ୍ଷାରେ ଜୋର ଦେଇଛନ୍ତି। ସେ କହିଛନ୍ତି, “ଜଳ ପାଇଁ ଶାନ୍ତି” କେବଳ ଏହି ବର୍ଷର ବିଷୟ ନୁହେଁ, ବରଂ ସମସ୍ତଙ୍କ ପାଇଁ ଏକ ସଚେତନତାର ଆହ୍ୱାନ।
ସେ ନଦୀ ଓ ଭୂଗର୍ଭ ଜଳ ସଂରକ୍ଷଣ ପାଇଁ ସମୁହିକ ପ୍ରୟାସରେ ଜୋର ଦେଇ କହିଛନ୍ତି, ପ୍ରତ୍ୟେକ ବିନ୍ଦୁ ଜଳ ଶାନ୍ତି, ପ୍ରଗତି ଓ ଜୀବନ ପାଇଁ ମୂଲ୍ୟବାନ।

Show More

Related Articles

Back to top button