Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅକ୍ଟୋବର ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ଗଗନଯାନ-1 ମିଶନ ।

ପ୍ରଥମେ ଚନ୍ଦ୍ରଯାନ-୩ ଏହାପରେ ଆଦିତ୍ୟ-L1 ଆଉ ଏବେ ଗଗନଯାନ-୧ ମିଶନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ମିଶନରେ ଭାରତ ପ୍ରଥମ ଥର ପାଇଁ ମହାକାଶକୁ ମାନବ ପଠାଇବ । ଏହି ମିଶନ ତିନୋଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ଦୁଇ ଥର ମାନବବିହୀନ ବିମାନ ପଠାଯିବ । ତା’ପରବର୍ତ୍ତୀ ଉଡ଼ାଣରେ ମାନବକୁ ମହାକାଶକୁ ପଠାଯିବ । ତେବେ ଏହି ମିଶନରେ ୩ ଜଣ ମହାକାଶ ଯାତ୍ରୀଙ୍କୁ ପଠାଯିବ ବୋଲି ଜଣାପଡ଼ିଛି ।କୋଭିଡ-୧୯ ମହାମାରୀ କାରଣରୁ ଗଗନଯାନ ମିଶନରେ ବିଳମ୍ବ ହୋଇଥିଲା । କିନ୍ତୁ ଏବେ ଏହା ଆଉ ବିଳମ୍ବ ନହେବା ପାଇଁ କାର୍ଯ୍ୟକାରୀ ଆରମ୍ଭ ହୋଇଯାଇଛି।ଗଗନଯାନ ମିଶନର ଟ୍ରାଏଲରେ ଜଣେ ମହିଳା ରୋବୋଟ ‘ବ୍ୟୋମମିତ୍ର’କୁ ପଠାଯିବ।

ଗତ ମାସ ୨୬ ତାରିଖରେ କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ମହିଳା ରୋବୋ କଥା କହିଥିଲେ । ଉକ୍ତ ରୋବୋଟ୍ ସମସ୍ତ ମାନବୀୟ ଗତିବିଧିକୁ ନକଲ କରିବ । ଯଦି ସବୁକିଛି ଠିକ ରୁହେ,ତେବେ ଏହି ମିଶନ ଆଗକୁ ଯାଇ ପାରିବ । ଆସନ୍ତା ଅକ୍ଟୋବର ମାସର ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ମହାକାଶ ଉଡ଼ାଣର ଏକ ପରୀକ୍ଷଣ କରାଯିବ ବୋଲି କୁହାଯାଉଥିଲା ।

Show More

Related Articles

Back to top button