
ଅନେକ କୁହନ୍ତି !! ଯେଉଁମାନେ ପାପ ଓ ଅଧର୍ମ କାମ କରନ୍ତି ସେମାନେ ଧନଧାନ୍ୟ ହୋଇ ଖୁବ୍ ଭଲରେ ରହୁଛନ୍ତି। ସେମାନଙ୍କର କିଛି ହୁଏନାହିଁ। ଆମେ କାହିଁକି ଧର୍ମ କାମ କରିବୁ। ଏଦିଗରେ ବେଦ କହେ ପାପର ବୃକ୍ଷ ଖୁବ୍ ଫଳେ, ଫୁଲେ ଓ ପଲ୍ଲବିତ ହୁଏ। ମାତ୍ର ସମୟକ୍ରମେ ତାହା ମୂଳସହିତ ଉଜୁଡିଯାଏ, ଯାହାର କି ସତ୍ତା ରହେନାହିଁ। ସଂସାରରେ ବିଜୟ କେବଳ ପୁଣ୍ୟର ହୋଇଥାଏ। ମନ୍ତ୍ର କହନ୍ତି – ଓ୩ମ୍ ଅସଦ୍ ଭୂମ୍ୟାଃ କର୍ତ୍ତାରମୃଛତୁ ଅର୍ଥାତ୍ ପାପ ଓ ଅଧର୍ମର ବିନାଶ ହିଁ ଈଶ୍ୱରୀୟ ନିୟମ। ଏହା ନିଃସନ୍ଦେହ ଯେ ପାପୀ ନିଶ୍ଚିତ ଭାବେ ଦିନେ ନା ଦିନେ ପତିତ ହୁଏ।
(ଅଥର୍ବବେଦ,୪,୧୯,୬)
ସଂଗୃହୀତ ।।
ଜୟ ପ୍ରକାଶ ମିଶ୍ର ।