Breaking PLUSଅପରାଧ
ଆମେରିକାରେ ଭାରତୀୟ PhD ଛାତ୍ରଙ୍କୁ ହତ୍ୟା

ଆମେରିକାରେ ଜଣେ ଭାରତୀୟ 26 ବର୍ଷୀୟ PhD ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏନେଇ ଛାତ୍ର ଜଣକ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଅଦଲଖା ନାମକ ଜଣେ PhD ଛାତ୍ରଙ୍କୁ ଆମେରିକାର ଓହିଓ ସହରରେ ଗୁଳିକରି ହତ୍ୟା କରାଯାଇଛି। ଆଦିତ୍ୟ ସିନ୍ସିନାଟି ମେଡିକାଲ୍ ସ୍କୁଲର ମଲିକୁଲାର ଏବଂ ଡେଭଲପମେଣ୍ଟାଲ୍ ବାୟୋଲୋଜି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର PhD(ଡକ୍ଟୋରାଲ୍) ଛାତ୍ର ଥିଲେ। ଚଳିତ ମାସ 9 ତାରିଖରେ ଏକ କାର୍ ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆଦିତ୍ୟଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ ଆମେରିକା ପୁଲିସ। ଏପରିକି କେଉଁ କାରଣରୁ ଆଦିତ୍ୟଙ୍କୁ ଗୁଳି କରାଯାଇଛି, ସେନେଇ ମଧ୍ୟ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇନାହିଁ।