ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପି ବସ ଧର୍ମଘଟ

ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ହେବାକୁ ଯାଉଛି ।ତେବେ ଏହି ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ଚାଲିବ ବସ ମାଲିକ ସଙ୍ଘ ସୂଚନା ଦେଇଛନ୍ତି I ତାଙ୍କ କହିବା ଅନୁଯାଇ ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଚାଲୁ ରହିବI ଏନେଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାଇ ଏଥର ଧର୍ମଘଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ୍ ଗୁଡ଼ିକ ମଧ୍ୟ ସାମିଲ୍ ହେବେ I ଅର୍ଥାତ ଶିକ୍ଷାନୁଷ୍ଠାନରେ ନିୟୋଜିତ ହୋଇଥିବା ପ୍ରାଇଭେଟ୍ ବସ୍ ଗୁଡ଼ିକ ୧୦ ତାରିଖରୁ ଗଡ଼ି ପାରିବ ନାହିଁI
ଗତ କାଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ ବସିଥିଲା। ବୈଠକରେ ସାରା ରାଜ୍ୟରେ ଥିବା ସମସ୍ତ ବସ୍ ର ମାଲିକ ଯୋଗ ଦେବା ସହ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡ଼ୁଥିବା ବସ୍ ଭିତରେ ପ୍ରାଇଭେଟ୍ ବସ୍ ଗୁଡ଼ିକ ସାମିଲ କରିବା ଓ ମୋ ବସ୍ କୁ ଅର୍ବାନ ଏରିଆ ଛଡ଼ା ଅନ୍ୟ କୌଣସି ଅଞ୍ଚଳକୁ ନଚଲାଇବା ପାଇଁ ଦାବି ହୋଇଥିଲା। କେବଳ ଏତିକି ନୁହେଁ ଅନେକ ଗୁଡ଼ିଏ ଦାବି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜିପର୍ଯ୍ୟନ୍ତ ପରିବହନ କମିଶନର କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହାକୁ ନେଇ ବସ୍ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ବସ ଧର୍ମଘଟ ହେବ ବୋଲି ସ୍ଥିର କଲେ ଘରୋଇ ବସ ମାଲିକ ସଂଘ।