ଓଡ଼ିଶାପାଣିପାଗ

ଆହୁରି 4 ଦିନ କଲବଲ କରିବ ତାତି

ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ଜୁନ୍ ୨୨ ତାରିଖରେ ମୌସୁମୀ ଓଡିଶାରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଆକାଶ ମେଘମୁକ୍ତ ରହିବା ସହିତ ପଶ୍ଚିମା ପବନ ବହିବା ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସ୍ୱାଭାବିକ ଜୁନ୍‍ ୧୦ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରୁଥିବାବେଳେ ଚଳିତ ବର୍ଷ ପ୍ରାୟ ଗୋଟିଏ ସପ୍ତାହ ବିଳମ୍ବରେ ମୌସୁମୀ ଛୁଇଁଥିଲା । ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ଜୁନ୍‍, ଜୁଲାଇ ଏବଂ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ସେପ୍ଟେମ୍ବର ମାସରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୌମୁମୀ ଫେରିଛି ସତ କିନ୍ତୁ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇଯାଉଛି । ମୁଣ୍ତଫଟା ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଅସହ୍ୟ ଗୁଳିଗୁଳି ମଧ୍ୟ ରାଜ୍ୟବାସୀଙ୍କୁ କଲବଲ କରୁଛି । ଏ-ପରିକି ଆଉ କେତେକ ସ୍ଥାନରେ ଆକାଶ ମେଘାଛନ୍ନ ରହୁଥିବା ବେଳେ ପଶ୍ଚିମା ପବନ ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଉଛି। ଏପରିକି ଏକାଧିକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି।  ତେବେ, ଆସନ୍ତା ୫ ଦିନ ଯାଏଁ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Show More

Related Articles

Back to top button