ଦେଶ ବିଦେଶମନୋରଞନମନୋରଞ୍ଜନ

ଇସ୍ରାଏଲ୍ ଓ ପାଲେଷ୍ଟାଇନ ଯୁଦ୍ଧକୁ ନେଇ ଅଭିନେତ୍ରୀଙ୍କ କ୍ୟାଟ୍ ଫାଇଟ୍‌

ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଫଳରେ ହଜାର ହଜାର ସଂଖ୍ୟାରେ ନିରୀହ ଲୋକ ବଳି ପଡିଲେଣି । ଚାରିଆଡେ ଖାଲି ପ୍ରଳୟର ପାଦ ଚିହ୍ନ । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୈନିକ ସହିତ ସାଧାରଣ ଲୋକଙ୍କୁ ବି ବନ୍ଧକ ବନାଇ ରଖିଛନ୍ତି ।ଏହାରି ଭିତରେ ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବଲିଉଡ୍ ଠାରୁ ଆରମ୍ଭ କରି ଲଲିଉଡ୍ ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି ଯୁଦ୍ଧକୁ ନେଇ ଅଭିନେତ୍ରୀମାନଙ୍କ ମଧ୍ୟରେ ବି କ୍ୟାଟ୍ ଫାଇଟ୍ ଆରମ୍ଭ ହୋଇଯାଇଛି । ଅଭିନେତ୍ରୀମାନେ ବି ୨ ଭାଗରେ ବାଣ୍ଟି ହୋଇଯାଇଛନ୍ତି । ଗୋଟିଏ ଗ୍ରୁପ୍ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗ୍ରୁପ୍ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସ୍ୱରା ପାଲେଷ୍ଟାଇନ୍ ସପକ୍ଷରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେତେବେଳେ ଇସ୍ରାଏଲ ପାଳେଷ୍ଟଶିନ ଉପରେ ଆକ୍ରମଣ କରି ଏହାର ଶହ ଶହ ଘର ଧ୍ୱଂସ କରିଦେଇଥିଲା, ଏଠାରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ କାହାକୁ ବି ଛାଡି ନ ଥିଲା । ଦଶନ୍ଧି ଦଶନ୍ଧି ଧରି ଗାଜାର ନାଗରିକଙ୍କ ଉପରେ ଇସ୍ରାଏଲ ବମ୍ ପକାଇ ଆସୁଛି । ସେଠାରେ ସ୍କୁଲ ଓ ହସ୍ପିଟାଲକୁ ବି ଛାଡୁ ନାହିଁ ସେତେବେଳେ କାହିଁକି ବିଶ୍ୱରେ ତ ଏହା ବିରୁଦ୍ଧରେ ସ୍ୱର ଉଠୁ ନ ଥିଲା ଆଉ ଏବେ ଯେଉଁମାନେ ଇସ୍ରାଏଲ ସପକ୍ଷରେ ଯୁକ୍ତି ବାଢୁଛନ୍ତି ସେମାନେ ନିଶ୍ଚୟ ଦୋମୁହାଁ । ଅନ୍ୟପକ୍ଷରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇସ୍ରାଏଲ୍ ସପକ୍ଷରେ ସ୍ୱର ଉଠାଇଛନ୍ତି । ସେ ହମାସର ଆତଙ୍କବାଦୀଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଇସ୍ରାଏଲର ମହିଳାଙ୍କ ଉପରେ ଯେପରି ଭାବରେ ବର୍ବର ଆଚରଣ କରାଯାଉଛି ଏପରିକି ତାଙ୍କ ଶବକୁ ବି ଛଡାଯାଉନି ତାହା ଦେଖିବା ପରେ ମନ ଭିତର ଯନ୍ତ୍ରଣାରେ ଛଟପଟ ହୋଇଯାଉଛି ।ସେହିପରି ଅଭିନେତ୍ରୀ ଗୌହର ଖାନ୍ କହିଛନ୍ତି, କାହାର ବି ହତ୍ୟା କରିବା ଅକ୍ଷମଣୀୟ ଅଟେ । ବିଶ୍ୱରେ ଶାନ୍ତି ବଜାୟ ରଖିବା ଦିଗରେ ସମସ୍ତେ ଚେଷ୍ଟା କରିବା ଉଚିତ। ଯୁଦ୍ଧକୁ ପ୍ରଥମରୁ ହିଁ ରୋକିଦିଆଯିବା ଉଚିତ । ସମସ୍ତ ଦେଶ ମାନବାଧିକାର ପାଳନ କରିବା ଉଚିତ । ସମସ୍ତଙ୍କ ଜୀବନ ମୂଲ୍ୟବାନ । ଅନ୍ୟପକ୍ଷରେ ପାକିସ୍ତାନର ବହୁ ଅଭିନେତ୍ରୀ ଯେପରିକି ସବା କମର, ଦନାନୀର ମୁଭିନ, ହୁମା ଜେହରା ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି ପାଲେଷ୍ଟାଇନକୁ ସ୍ୱାଧୀନତା ମିଳିବା ଉଚିତ ।

Show More

Related Articles

Back to top button