ଦେଶ ବିଦେଶ

ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧରେ ମୃତ ଦେହ ତଳେ ଲୁଚି ରହି ଜୀବନ ବଞ୍ଚାଇଲେ ମହିଳା

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ମଧ୍ୟରେ ଦକ୍ଷିଣ ଇସ୍ରାଏଲର ଏକ ବାହ୍ୟ ସଂଗୀତ ମହୋତ୍ସବ ଉପରେ ଆକ୍ରମଣ କରିବା ସମୟରେ ହମାସ୍‌ ବନ୍ଧୁକଧାରୀମାନେ ୨୬୦ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡିବାକୁ ଲାଗୁଛନ୍ତି। ଆଉ ହମାସ୍‌ ଆକ୍ରମଣକାରୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଉଛନ୍ତି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଏହି ସଂଗୀତ ମହୋତ୍ସବରେ ଜଣେ ମହିଳା ନିଜ ଛାତିଥରା କଥା ପ୍ରକାଶ କରିଛନ୍ତି। ସଂଗୀତ ମହୋତ୍ସବରେ ହଠାତ୍‌ ହମାସ୍‌ ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇବାରୁ ଏହି  ମହିଳା ଜଣକ ଗଦା ହୋଇଥିବା ମୃତଦେହ ତଳେ ଲୁଚି ନିଜ ଜୀବନ ରକ୍ଷା କରିଛନ୍ତି। ମହିଳା ଜଣଙ୍କ ନାଁ ହେଉଛି ଲି ସାସି। ଗୁଳି ମାଡ ସମୟରେ ଲି ସାସି ଏବଂ ଅନ୍ୟ ୩୫ ଜଣ ଲୋକ ଏକ ବଙ୍କରରେ ଲୁଚି ରହିଥିଲେ। କିନ୍ତୁ ହାମାସ ଯୋଦ୍ଧାମାନେ ସେମାନଙ୍କୁ ବଙ୍କରରେ ଦେଖିପାରି ଆଖିବୁଜା ଗୁଳିମାଡ କରିଥିଲେ। ତେବେ ଇସ୍ରାଏଲ ସୈନ୍ୟ ସେମାନଙ୍କୁ ଉଦ୍ଧାର କରିବା ବେଳକୁ କେବଳ ୧୦ଜଣ ଲୋକ ସେହି ବଙ୍କରରେ ଜୀବନ୍ତ ରହିଯାଇଥିଲେ। ମହିଳା ଜଣକ ଜୀବନ୍ତ ଫେରିବା ପରେ କହିଛନ୍ତ, ଗୁଳିମାଡରୁ ବଞ୍ଚିବା ପାଇଁ ମୁଁ ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତଳେ ଲୁଚି ନିଜ ଜୀବନ ରକ୍ଷା କରିଥିଲି।

Show More

Related Articles

Back to top button