Breaking PLUSଅପରାଧଓଡ଼ିଶା

କୋରାପୁଟରେ ଡବଲ ମର୍ଡର

କୋରାପୁଟ ପଟାଙ୍ଗି ଥାନା କୁନ୍ଦୁଲିରେ ଘଟିଛି ଡବଲ ମର୍ଡର।  ପଟାଙ୍ଗି ଥାନା କୁନ୍ଦୁଲି ହାଟ ପଦା ନିକଟରେ ଘଟି ଯାଇଛି ଦୁଇ ଦୁଇଟି ହତ୍ୟା କାଣ୍ଡ। ଗତକାଲି କୁନ୍ଦୁଲିବାସୀ ଦଶହରା ପୂଜା ପାଳନ କରୁଥିବା ବେଳେ ଏଭଳି ଏକ ଅଘଟଣ ଆଜି ସ୍ଥାନୀୟବାସୀଙ୍କୁ ଚକିତ କରିଛି। ଦୁର୍ଗା ପୂଜା ଅବସରରେ ମାର୍କେଟରେ ପ୍ରବଳ ଗହଳି ଲାଗି ରହିଥିଲା। ଏହାରି ମଧ୍ୟରେ ଠେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା ନାମକ ଜଣେ ଯୁବକକୁ କୁନ୍ଦୁଲିର ରାଜକୁମାର ରୂଢି ସମେତ ତାଙ୍କ ପରିବାର ସଦସ୍ୟ ଅଚାନକ ଆକ୍ରମଣ କରିଥିଲେ। କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା। ଏହା ଜାଣିବା ପରେ ଗୋବର୍ଦ୍ଧନଙ୍କ ପରିବାର ଘଟଣାରେ ପ୍ରତିକ୍ରିୟାଶିଳ ହୋଇ ରାଜକୁମାରଙ୍କୁ ଖୋଜି ଖୋଜି ଆକ୍ରମଣ କରିଥିଲେ। ଏହି ସମୟରେ ସାଥିରେ ରାଜକୁମାରଙ୍କ ପରିବାର ସଦସ୍ୟ ମଧ୍ୟ ଥିଲେ। ତେବେ ଠେମା ଗ୍ରାମର ଲୋକଙ୍କ ଆକ୍ରମଣରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଆକ୍ରମଣରେ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ଆହତମାନଙ୍କୁ କୋରାପୁଟ ମେଡିକାଲ ରେ ଭର୍ତି କରାଯାଇଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ରହିଥିବା ଆଲୋଚନା ହେଉଛି। ଘଟଣା ସ୍ପଥଳରେ ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button