ଖୁବ ଶୀଘ୍ର ଭୁବନେଶ୍ୱରରେ ଗଡିବାକୁ ଯାଉଛି ମେଟ୍ରୋ

ଖୁବଶିଘ୍ର ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗଡି଼ବ ମେଟ୍ରୋ ଟ୍ରେନ। ଏନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡିପିଆରକୁ ଅନୁମୋଦନ ଦେଇଛନ୍ତି । ତେବେ, ମିଳିଥିବା ସୂଚନା ଆଧାରରେ ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯୋଗ୍ୟ ସଂସ୍ଥା ଟେଣ୍ତର ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ଆସନ୍ତାମାସ ୧୮ ତାରିଖରେ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବାକୁ ଯାଉଛି ୱୋଲି ଜଣା ପଡିଛି। ଏହି ବୈଠକଟି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇପାରେ। ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି। ତେବେ, ଏହି ବୈଠକରେ ଡିପିଆର ଅନୁମୋଦନ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡି଼ଛି। ସୂଚନା ଆଧାରରେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅତିରିକ୍ତ ବଜେଟରେ ଖାସ୍ କରି ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ମେଟ୍ରୋ ପ୍ରକଳ୍ପ ଆସନ୍ତା ୪ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି। ଆଉ ଏଥିପାଇଁ ବିଏମଆରସିକୁ ପ୍ରତି ବର୍ଷ ୧୫ ଶହ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଜଣାପଡିଛି । ତେବେ ଏହି ମେଟ୍ରୋ ଟ୍ରେନ ଚଳାଚଳ ଦ୍ଵାରା ଭୁବନେଶ୍ୱରରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ସ୍ଥାନରେ ଚାକିରୀ କରିଥିବା ଲୋକ ଏବଂ ଛାତ୍ର ଛାତ୍ରୀ ମାନେ ବେଶ୍ ସହାୟକ ହେବେ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯାଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ପ୍ରକଳ୍ପ କାମ ଶେଷ କରି ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି ।
ଡିପିଆର୍ (DPR)ଅନୁଯାୟୀ ଭୁବନେଶ୍ୱର ମେଟ୍ରୋ ଟ୍ରେନର ୨୦ଟି ରହଣୀ ସ୍ଥାନ ଗୁଡ଼ିକ ହେଲା)….
୧- ବିଜୁ ପଟ୍ଟନାୟକ ବିମାନ ବନ୍ଦର
୨- କ୍ୟାପିଟାଲ ହସ୍ପିଟାଲ
୩- ଶିଶୁଭବନ
୪- ବାପୁଜୀ ନଗର
୫- ଭୁବନେଶ୍ୱର ରେଲୱେ ଷ୍ଟେସନ
୬- ରାମ ମନ୍ଦିର ଛକ
୭- ବାଣୀ ବିହାର
୮- ଆଚାର୍ଯ୍ୟ ବିହାର
୯- ଜୟଦେବ ବିହାର
୧୦- ଜାଭିୟର ଛକ
୧୧- ରେଳ ସଦନ
୧୨- ଡିଷ୍ଟ୍ରିକ୍ଟ ସେଣ୍ଟର୍
୧୩- ଡ଼ମଣା ଛକ
୧୪- ପଟିଆ ଛକ
୧୫- କିଟ୍ ଛକ
୧୬- ନନ୍ଦନ୍ ବିହାର
୧୭- ରଘୁନାଥପୁର