ଘରର କେଉଁ ଦିଗରେ ସୁନା ରଖିଲେ ଧନବାନ ହେବେ
ସୁନାଗହଣା ମା ଲକ୍ଷ୍ମୀଙ୍କର ଭାରି ପ୍ରିୟ। ସେଥିପାଇଁ ଧନତେରାସରେ ମାତା ଲକ୍ଷ୍ମୀକୁ ସନ୍ତୁଷ୍ଟ କରିବାକୁ ସୁନାଗହଣା ଆଦି କିଣାକିଣି କରାଯାଇଥାଏ । ହେଲେ ଯେଉଁ ସୁନାଗହଣା ଆପଣ କିଣୁଛନ୍ତି ତାହାକୁ ରଖିବାର ସଠିକ୍ ସ୍ଥାନ କେଉଁଠି ଜାଣି ରଖିବା ଉଚିତ୍। କାରଣ ସୁନାଗହଣା ରଖିବାର ସଠିକ୍ ସ୍ଥାନ ନ ରହିଲେ ଦାରିଦ୍ର୍ୟତା ମାଡ଼ିଆସେ। ସୁନା ଗହଣା, ରୂପା, ଚାନ୍ଦି ଆଭୂଷଣ ଦ୍ୱାର ନାରୀର ସୌନ୍ଦର୍ଯ୍ୟ ଦ୍ୱି-ଗୁଣା ହୋଇଥାଏ। ସୁନାର ଗହଣା ପିନ୍ଧିବା ଦ୍ୱାରା ସୁନ୍ଦରତା ବୃଦ୍ଧି ହୋଇଥାଏ। ତେବେ ସେହି କାରଣରୁ ମହିଳାଙ୍କ ପାଖରେ ଅଳ୍ପ ବହୁତେ ସୁନାଗହଣା ରହିଥାଏ। ଯଦି ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ଘରେ ସୁଖ ସମୃଦ୍ଧି ସଦାସର୍ବଦା ବଜାୟ ରହୁ ତେବେ ଆସନ୍ତୁ ଜାଣିବା ଘରର କେଉଁ କୋଣ ବା କେଉଁ ଦିଗରେ ସୁନା ଗହଣା ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବା ସୁଖ ସମୃଦ୍ଧି ସେମିତି ବଜାୟ ରହିବ ।
1- ଘରର ପୂର୍ବ ଦିଗରେ ଘରର ସମ୍ପତ୍ତି ବା ସୁନାଗହଣା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କାରଣ ପୂର୍ବ ଦିଗରେ ରଖିବା ଦ୍ୱାରା ସୁନାଗହଣା ଓ ଟଙ୍କାର କେବେ ବି ଅଭାବ ଦେଖା ଦେଇନଥାଏ।
2-ଘରର ଦକ୍ଷିଣ ଦିଗ ଓଜନିଆ କିମ୍ବା ମୂଲ୍ୟବାନ ଜିନିଷ ରଖିବାର ଏକ ଶୁଭ ଦିଗ ବୋଲି କୁହାଯାଏ। ସେଥିପାଇଁ ଦକ୍ଷିଣ ଦିଗ ସୁଖ ସମୃଦ୍ଧି ଓ ସୁନା ଗହଣା ରଖିବାର ଏକ ଭଲ ଦିଗ ବୋଲି କୁହାଯାଏ ।
3-ସେହିପରି ଘରର ଉତ୍ତର ଦିଗରେ ଖୋଲା ଆଲମାରୀ ରଖିବା ଶୁଭ ବୋଲି ଧରାଯାଏ।
4-ଘରର ସିଢି ଘରେ ତଳେ ଆଲମାରୀ କିମ୍ବା ଗଡ୍ରେଜ ରଖିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। କାରଣ ସିଢି ଘର କିମ୍ବା ବାଥରୁମ ସାମ୍ନାରେ ସୁନାଗହଣା ଆଲମାରୀ ରଖିବା ଅଶୁଭ ସଙ୍କେତ ଦେଇଥାଏ।
5- ଆଲମାରୀକୁ ସଦାସର୍ବଦା ସଫା କରି ରଖିବା ଉଚିତ୍ । ଯେଉଁ ଆଲମାରୀରେ ସୁନାଗହଣା ରହିଥାଏ ସେଥିରେ ଧୂଳି ଜମିବା ବା ଅଳନ୍ଧୂ ଲାଗିବା ଏକ ଖରାପ ସଙ୍କେତ ଦେଇଥାଏ। ତେଣୁ ଚେଷ୍ଟା କରନ୍ତୁ ଏହାକୁ ସଦାସର୍ବଦା ସଫାସୁତୁରା ରଖିବା ପାଇଁ।
6-ଘରର ଆଲମିରା ବସିଥିବା ମାତା ଲକ୍ଷ୍ମୀଙ୍କ ଏକ ସୁନ୍ଦର ଫଟୋ ଲଗାନ୍ତୁ। ଯେଉଁ ଫଟୋରେ ଦୁଇଟି ହାତୀ ଶୁଣ୍ଢ ଉଠାଇ ସୁନାକଳସ ଅର୍ପଣ କରୁଥିବେ ସେହି ପ୍ରକାରର ଫଟୋ ସୁଖସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ।