ଚୀନରେ ପୁଣି ଏକ ଭୟଙ୍କର ରୋଗ

କୋଭିଡ 19 ମହାମାରୀରେ ବିପଜ୍ଜନକ ପ୍ରଭାବରୁ ଏବେ ବି ସମୂର୍ଣ୍ଣ ମୁକୁଳିପାରିନଥିବା ଚୀନ ସମ୍ପ୍ରତି ଆଉ ଏକ ସ୍ୱାସ୍ଥ୍ୟଗତ ସଙ୍କଟର ସମ୍ମୁଖୀନ ହେଉଛି। ସ୍କୁଲ ଗୁଡ଼ିକରେ ଏକ ଭୟଙ୍କର ରୂପର କାୟା ଦେଖାଦେଉଛି । ପ୍ରାଥମିକ ସ୍ତରରେ ଏହାକୁ ନିମୋନିଆ କୁହାଯାଉଥିବା ବେଳେ ଏଥିରେ ଅଧିକରୁ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କୁ ନେଇ ଏବେ ଡାକ୍ତରଖାନା ଗୁଡ଼ିକ ଭର୍ତ୍ତି ହୋଇଯାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ହେଉଛି ରାଜଧାନୀ ବେଜିଂ, ଏବଂ ଲାଓନିଂ ପ୍ରଦେଶ । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରୋଗ୍ରାକ୍ରାନ୍ତ ହୋଇଥିବାରୁ କିଛି ଅଞ୍ଚଳରେ ବିଦ୍ୟାଳୟ ବନ୍ଦ ରହିଛି। ତେବେ ଚୀନର କହିବା କଥା ଏଠି ଶିଶୁଙ୍କ କ୍ଷେତ୍ରରେ ଇନଫ୍ଲୁଏଞ୍ଜା ପରି ରୋଗ ବ୍ୟାପିବାରେ ଲାଗିଛି। ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି। ଖବର ଅନୁଯାୟୀ ଚାଇନାର ଡାକ୍ତରଖାନାଗୁଡ଼ିକ ଅସୁସ୍ଥ ପିଲାମାନଙ୍କ ପାଇଁ ଭର୍ତ୍ତି ହୋଇଯାଇଛି । ଏହି ପିଲାମାନେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। WHO କହିଛି ଯେ ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଚୀନ୍ ଅଧିକାରୀମାନେ ନଭେମ୍ବର ୧୨ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଇନାରେ ଶ୍ୱାସକ୍ରିୟା ବୃଦ୍ଧି ବିଷୟରେ ସୂଚନା ଦେଇଛନ୍ତି। ଏହି ରୋଗ ପାଇଁ କୋଭିଡ 19 ପ୍ରତିବନ୍ଧକର ଆରାମକୁ WHO ଦାୟୀ କରିଛି।ଚୀନରେ ପିଲାମାନେ ଅସୁସ୍ଥ ହୋଇପଡିଥିବା ଘଟଣାଗୁଡ଼ିକ କୋଭିଡ ପରି ଲକ୍ଷଣଗୁଡିକର ପୁନରାବୃତ୍ତି ପରି ମନେହେଉଛି। ଚୀନରେ ପ୍ରସାରଣ ହେଉଥିବା ଖବର ଗୁଡ଼ିକରେ କୁହାଯାଉଛି ଯେ, ଅଭିଭାବକ ମାନେ କହୁଛନ୍ତି ଯେ, ତାଙ୍କ ଶିଶୁ ଠାରେ କୌଣସି ନୂଆ ପ୍ରକାରର ଲକ୍ଷଣ ଦେଖାଦେଉନାହିଁ। ବରଂ ଶିଶୁଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ପାଇପାରେ ଲାଗିଛି ଏହାସହ ଫୁସଫୁସରେ ଗଣ୍ଠି ପରି ଦୃଶ୍ୟମାନ ହେଉଛି। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ କରିବାକୁ ହସ୍ପିଟାଲରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସେହିପରି ଚୀନ ଡେଲି ର ଏକ ରିପୋର୍ଟ ଅନୁସାରେ, ଶ୍ୱାସକ୍ରିୟା ସଂକ୍ରମଣର ପିକ୍ ଚାଇନାରେ ପହଞ୍ଚି ସାରିଛି । ଯେଉଁଥିରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ପାଥୋଜେନ୍ସ ବିନିମୟ ହେଉଛି।