ଟସ୍ ଜିତି ପ୍ରଥମେ ଆଫଗାନିସ୍ତାନ ବିପକ୍ଷରେ ବୋଲିଙ୍ଗ୍ କରୁଛି ଇଂଲଣ୍ଡ୍

ଆଜି ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିତିବା ପରେ ଇଂଲଣ୍ଡ୍ ଟିମ୍ର ଅଧିନାୟକ ଜନି ବେୟାରଷ୍ଟୋ ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇ ଆଫଗାନିସ୍ତାନକୁ ବ୍ୟାଟିଙ୍ଗ୍ କରିବାର ସୁଯୋଗ ଦେଇଛନ୍ତି। ଇଂଲଣ୍ଡ୍ର ଅଧିନାୟକ ଜନି ବେୟାରଷ୍ଟୋ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍ କରିବୁ। ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ଅଧିକ ୱିକେଟ୍ ନେବାକୁ ଚେଷ୍ଟା କରିବୁ। ଆମ ଟିମ୍ରେ କୌଣସି ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇନାହିଁ। ଦକ୍ଷିଣ ଆଫ୍ରିକା ଓ ଭାରତ ଭଲ ରନ୍ କରିଥିଲେ, ତେଣୁ ବ୍ୟାଟିଙ୍ଗ୍ ଉପଯୋଗୀ ପିଚ୍ ଭଳି ଜଣାପଡୁଛି। ପୂର୍ବରୁ ଆମେ ଖେଳିଥିବା ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍ଠାରୁ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା। ଆଫଗାନିସ୍ତାନର ଅଧିନାୟକ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍ କରିବାକୁ ଚାହୁଁଥିଲୁ। କିନ୍ତୁ, ଏଇଟା ୧୦୦ ଓଭର୍ ଖେଳ ହୋଇଥିବାରୁ ଆମକୁ ମନଯୋଗ ଦେଇ ବ୍ୟାଟିଙ୍ଗ୍ କରିବାକୁ ପଡ଼ିବ। ଭଲ ବ୍ୟାଟିଙ୍ଗ୍ ପିଚ୍ ଭଳି ଜଣାପଡୁଛି। ଗତ ମ୍ୟାଚ୍ରେ ଯେମିତି ଖେଳିଥିଲୁ ସେମିତି ଭଲ ଖେଳିବୁ ବୋଲି ଆଶା କରୁଛୁ। ଆଜି ଇଂଲଣ୍ଡ ଏକାଦଶରେ ଖେଳୁଛନ୍ତି, ଜନି ବେୟାର୍ଷ୍ଟୋନ୍ (ୱିକେଟ୍ରକ୍ଷକ/ଅଧିନାୟକ), ଡାୱିଡ୍ ମେଲାନ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜସ୍ ବଟ୍ଲର୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ସାମ୍ କ୍ୟୁରାନ୍, କ୍ରିସ୍ ୱଆକ୍ସ୍, ଆଦିଲ୍ ରଶିଦ୍, ମାର୍କ ଉଡ୍ ଓ ରିସି ଟପ୍ଲି। ସେହିପରି ଆଫଗାନିସ୍ତାନ ଏକାଦଶରେ ଖେଳୁଛନ୍ତି, ରହମନ୍ଉଲ୍ଲା ଗୁବାଜ୍ (ୱିକେଟ୍ରକ୍ଷକ), ଇବ୍ରାହିମ୍ ଜଦ୍ରାନ୍, ରହମତ୍ ଶାହ, ହସ୍ମତ୍ ଶହିଦି (ଅଧିନାୟକ), ମହମ୍ମଦ୍ ନବି, ଅଜମତ୍ ଓମାରଜାଇ, ଇକ୍ରାମ୍ ଅଲି ଖିଲ, ରଶିଦ୍ ଖାଁ, ମୁଜୀବ୍ ଉର୍ ରହମନ୍, ନବୀନ-ଉଲ୍-ହକ୍ ଓ ଫଜଲ୍ ଫାରୁକି।