ଓଡ଼ିଆ ଗଳ୍ପଓଡ଼ିଶା
ତୁମେ ମୋ ଚିତ୍ତ ଚନ୍ଦନ
ତୁମପାଇଁ ହୁଦ ତଟେ
ଫୁଲ ଫୁଟେ ବାସ ଛୁଟେ
ମହକାଇ ଆନ ମନ ରମ୍ୟ ଉପବନ
ଦେଖେ ମୁଦ୍ରିତ ନୟନ
ତୁମ ସ୍ପର୍ଶେ ଉଷା ସ୍ନାନ
ମନଜିଣା ରୁପକାନ୍ତି ମୂର୍ତ୍ତି ସୁଶୋଭାନ।
ବିଶ୍ୱାସେ ନିଃଶ୍ୱାସେ ସ୍ଥିତି
ହୃଦୟରେ ଶାନ୍ତି ତୃପ୍ତି
ଜନ୍ମ ଜନ୍ମାନ୍ତର ସାଥୀ ଏ ଜୀବନ ମୁକ୍ତି।
ତୁମେ ମୋ ଚିତ୍ତ ଚନ୍ଦନ
ଛନ୍ଦା ଚରଣେ ବନ୍ଦନ
ଶୀତଳ ପ୍ରାଣର ଉତ୍ସ ଅଦମ୍ୟ ଶକତି।
ଯେ ଦିନୁ ଶରଣାଗତ
ଉପଲବ୍ଧି ଅନୁଭୂତ
ନିରାଶାରେ ଆଶା ବହ୍ନି ହେଲା ପ୍ରଜ୍ଜ୍ଵଳିତ
କାୟା ପରି ଛାୟା ଟିଏ
ଚତୁଃପାର୍ଶ୍ଵେ ଘେରିଥାଏ
ତୁମେ ସ୍ବପ୍ନ ବର୍ତ୍ତମାନ ଭୂତ ଭବିଷ୍ୟତ।
ସର୍ବବ୍ୟାପୀ ସର୍ଵଜ୍ଞାତ
ଅବର୍ଣ୍ଣନୀୟ ଅବ୍ୟକ୍ତ
ମନ ମନ୍ଦିରେ ନିବାସ କର ଗୋପୀନାଥ।
ଏ ଅଧିନା ହେବ ଧନ୍ୟା
ଅନ୍ତରେ ପ୍ରୀତିର ବନ୍ୟା
କାମ କ୍ରୋଧ ଲୋଭ ଧ୍ଵଂସୀ
ଛୁଟାଅ ଜୀବନ ସ୍ରୋତ।