ଅପରାଧଆଇନ କାନୁନଓଡ଼ିଶାଜୀବନଚର୍ଯ୍ୟାବ୍ୟକ୍ତିତ୍ୱ
ନ୍ୟାୟ ପାଇଁ ଧାରଣାରେ ବସିଲେ ନବବଧୂ ।
ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ନବବଧୂ ।

ଗଜପତି : ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ନବବଧୂ । ସ୍ୱାମୀଙ୍କ ସହ ରହିବାକୁ ଦାବି କରୁଛନ୍ତି ନବବଧୂ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥାନୀୟ ନୀଳାମା ଠାକୁରାଣୀ ମନ୍ଦିର ପାଖରେ ରହୁଥିବା ଆଡାଲା ଚୈତନ୍ୟଙ୍କ ପତ୍ନୀ ମନିଷା ନ୍ୟାୟ ପାଇଁ ଶ୍ୱଶୁର ଘର ଦାଣ୍ଡରେ ବସିଛନ୍ତି । ୨୦୧୬ରେ ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟଙ୍କୁ ମନିଷା ବିବାହ କରିଥିଲେ । ମନିଷାଙ୍କୁ ତାଙ୍କ ଶାଶୁଘର ଲୋକ ଶାଶୁ, ଶଶୁର ଓ ସ୍ୱାମୀ ଯୌତୁକ ନିର୍ଯାତନା ଦୋଉଥିଲେ । ଏବଂ ତା’ସହିତ ଯୌତୁକ ଆଣିବା ଦାବିରେ ଏକ ବର୍ଷରୁ ଅଧିକ ହେବ ବୋହୂକୁ ଶ୍ୱଶୁର ଘରୁ ବାହାର କରିଦେଇଛନ୍ତି । କିନ୍ତୁ ମନିଷା ନିଜ ଶାଶୂ ଘରେ ନିଜ ସ୍ୱାମୀଙ୍କ ସହ ରହିବା ପାଇଁ ଦାବି କରିଛନ୍ତି । ଚୈତନ୍ୟ ପୂର୍ବରୁ ୨ଜଣଙ୍କୁ ବାହା ହୋଇଥିବା ମନିଷା ଅଭିଯୋଗ ଆଣିଛନ୍ତି । ଏପଟେ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



