ପୁଣିଥରେ ଭାରତକୁ ନେଇ ଚାଇନାର ନୂଆ ଷଡଯନ୍ତ୍ର
ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇକୁ ନିଜର ବୋଲି ଦାବି କରିଛି ଏହି ଦେଶ। ଚାଇନା ପୁଣି ଥରେ ରଚିଲା ନୂଆ ଷଡଯନ୍ତ୍ର । ପୁଣି ଥରେ ଭାରତର ସୀମାକୁ ନିଜର ଦାବି କରି କରିଛି ଅପପ୍ରୟାସ। ଚୀନ୍ ଗତକାଲି ଏହାର ଅଫିସିଆଲ ଷ୍ଟାଣ୍ଡାର୍ଡ ମାନଚିତ୍ର ୨୦୨୩ ପ୍ରକାଶ କରିଛି । ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇକୁ ନିଜର ବୋଲି ଦାବି କରିଛି । କେବଳ ଏତିକି ନୁହେଁ ଏହାର ମାନଚିତ୍ରରେ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜର ଦାବି କରିଛି। ନିଜ ନୂଆ ମାନଚିତ୍ରରେ ଚାଇନା ବହୁ ବିବାଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ କରିଛି। କିନ୍ତୁ ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ସ୍ପଷ୍ଟ କରିଛି ଭାରତ।
ଚୀନ୍ର ଅଫିସିଆଲ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସ ସୋମବାର ଏହାର ନୂତନ ମାନକ ମାନଚିତ୍ରକୁ ଟ୍ୱିଟରରେ ପୋଷ୍ଟ କରିଛି। ଚାଇନାର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଷ୍ଟାଣ୍ଡାର୍ଡ ମାନଚିତ୍ର ସେବା ୱେବସାଇଟରେ ଏହି ନୂତନ ମାନଚିତ୍ରକୁ ଲଞ୍ଚ କରାଯାଇଛି। ଚୀନ୍ ଏବଂ ବିଶ୍ୱର ବିଭିନ୍ନ ଦେଶର ସୀମା ନିର୍ଦ୍ଧାରଣ ପ୍ରଣାଳୀ ଆଧାରରେ ଏହି ମାନଚିତ୍ର ପ୍ରସ୍ତୁତ କରାଯାଇଛି । ଏହି ମାନଚିତ୍ରରେ ଚୀନ୍ର ସମସ୍ତ ଅଂଶ ପ୍ରଦର୍ଶିତ ହୋଇଥିବା ବେଳେ ଭାରତର ଦୁଇଟି ରାଜ୍ୟ ମଧ୍ୟ ଚୀନ୍ ର ମାନଚିତ୍ରରେ ପ୍ରଦର୍ଶିତ ହୋଇଛି।