ଓଡ଼ିଶାସ୍ୱତନ୍ତ୍ର

ପ୍ରତିଷ୍ଠା ହେଲା ମୟୂରଭଞ୍ଜ ଛଉ ନୃତ୍ୟ ତାଲିମ କେନ୍ଦ୍ର, ଲୋକାର୍ପିତ କଲେ ମନ୍ତ୍ରୀ ଅଶ୍ୱନି କୁମାର

ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସିର ଖବର । ପ୍ରତିଷ୍ଠା ହେଲା ମୟୂରଭଞ୍ଜ ଛଉ ନୃତ୍ୟ ତାଲିମ କେନ୍ଦ୍ର। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛଉ ନୃତ୍ୟ ତାଲିମ୍‌ କେନ୍ଦ୍ରର ଲୋକାର୍ପିତ କରିଛନ୍ତି ପର୍ଯ୍ୟଟନ, ସଂସ୍କୃତି ଓ ଭାଷା ସାହିତ୍ୟ ମନ୍ତ୍ରୀ ଅଶ୍ୱନି କୁମାର ।

ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖି ୨୦୦ରୁ ଆଧିକ ଛଉ ଆଖଡା ବା ଛଉ ନୃତ୍ୟ ଦଳ ରହିଛି। ଯେଉଁଥିରେ ହଜାର ହଜାର ଉଭୟ ପୁରୁଷ ଓ ମହିଳା ଛଉ ନୃତ୍ୟ ଶିଳ୍ପୀ ରହିଛନ୍ତି। ଛଉ ନୃତ୍ୟ କଳାର ସଂରକ୍ଷଣ ପ୍ରଚାର, ପ୍ରସାର ଓ ଶିଳ୍ପୀ, କଳାକାର, ଗୁରୁମାନଙ୍କର ରୋଜଗାରର ପନ୍ଥା ଯୋଗାଇ ଦେବା ପାଇଁ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ହୋଇ ଆସୁଥିବା ବେଳେ ଶେଷରେ ଏହାର ଜବନିକାର ଅନ୍ତ ଘଟିଛି।

ପ୍ରାଥମିକ ପର୍ଯ୍ୟାୟରେ ଏହି ଛଉ ନୃତ୍ୟ ପ୍ରତିଷ୍ଠାନର ନୂତନ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ ଏହା ସଂସ୍କୃତି ଭବନ ପରିସରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଏଥିରେ ଏକ ବର୍ଷୀୟ ପାଠ୍ୟକ୍ରମ ମାଧ୍ୟମରେ ତାଲିମ ନେବେ ଛଉ ଶିଳ୍ପୀ । ସେହିପରି ଆଠ ଜଣ ଗୁରୁ ଓ ୨୦ ଜଣ ଶିଷ୍ୟଙ୍କୁ ଚୟନ କରାଯାଇଛି।

Show More

Related Articles

Back to top button