Breaking PLUSଆଇନ କାନୁନ
ବିହାର ଜାତି ସର୍ଭେ ମାମଲାର ଘୁଞ୍ଚିଲା ଶୁଣାଣି

ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ୬ ଅକ୍ଟୋବରରେ ଶୁଣାଣି ପାଇଁ କୋର୍ଟ କହିଛନ୍ତି। ଏହି ମାମଲା ପୂର୍ବରୁ ହିଁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏହି ସର୍ଭେ ତଥ୍ୟ ଜାରି କରିବାକୁ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ। ତେବେ ରୋକ ଆଦେଶ ବିସ୍ତୃତ ଶୁଣାଣି ପରେ ଦେବେ ବୋଲି କୋର୍ଟ କହିଛନ୍ତି। ସୂଚନା ଅନୁଯାଇଏହି ମାମଲାର ଶୁଣାଣି ମଙ୍ଗଳବାର ହେବାର ଥିଲା ଏବଂ ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ, ବିହାର ସରକାର ଜାତି ସର୍ଭେ ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର କୋର୍ଟ ଏହି ମାମଲାର ଶୁଣାଣି କରିବେ।