
ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ ବିଶାଳ ଓରାମ ସାମିଲ ହେବେ। ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥ ଜବାହାରଲାଲ ନେହରୁ ଷ୍ଟାଡ଼ିୟମରେ ହେବାକୁ ଥିବା ଜାତୀୟ ଖୋଖୋ ଶିବିରରେ ସେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ତେବେ ବାଲିଶଙ୍କରା ବ୍ଲକ୍ ତଳସରା ପଞ୍ଚାୟତ ଅଧୀନସ୍ଥ କଣ୍ଟାବାହାଲ ଗାଁର ତୁଳସୀ ଓରାମ ଓ ଭଗବତୀଙ୍କ ପୁଅ ବିଶାଳ ଖୋଖୋ କୋଚ୍ ଅନିଲ ସାହୁଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲେ। କିଞ୍ଜିର୍ମା ମହାବିଦ୍ୟାଳୟରେ ଦ୍ବିତୀୟ ବର୍ଷ କଳାରେ ପଢ଼ୁଥିବା ଶ୍ରୀ ଓରାମଙ୍କ ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ଖୋଖୋ ସମ୍ପାଦକ ଅକ୍ଷୟ ନାଏକ, ପ୍ରଶାନ୍ତ କୁମାର ପଟେଲ, ସହସମ୍ପାଦକ ଜୟଦେବ ପାତ୍ର, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ଆନନ୍ଦ ପ୍ରକାଶ କରିଛନ୍ତି।