ମହିଳାଙ୍କ ହାତ ଓ ପୋଷାକରେ ଅଟୋଗ୍ରାଫ ଦେଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି
ଜର୍ଜିଆ ନିର୍ବାଚନ ଜାଲିଆତି ଘଟଣାରେ ନିକଟରେ ଗିରଫ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ୨୦୦,୦୦୦ ଡଲାର୍ ‘ବଣ୍ଡ୍’ ରେ ମୁକ୍ତ କରାଯାଇଥିଲା। ଟ୍ରମ୍ପ ଗତ ୫ମାସ ମଧ୍ୟରେ ୪ଥର ଗିରଫ ହୋଇଥିବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ନେଇ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଡୋନାଲ୍ଡ୍ ଟ୍ରମ୍ପ ଏକ ରେସ୍ତୋରାଁରେ ଯାଇପହଞ୍ଚୁଛନ୍ତି। ଯେଉଁଠାରେ ତାଙ୍କୁ ଦେଖି ତାଙ୍କ ଫ୍ୟାନମାନେ ତାଙ୍କୁ ଘେରି ଯାଉଛନ୍ତି।
ଏହି ସମୟରେ ଜଣେ ମହିଳା ଫ୍ୟାନ ଡୋନାଲ୍ଡ୍ଙ୍କୁ ଅଟୋଗ୍ରାଫ ପାଇଁ ଦାବି କରୁଛନ୍ତି। ଫ୍ୟାନଙ୍କୁ ନିରାଶ ନକରି ଡୋନାଲ୍ଡ୍ ମହିଳା ପିନ୍ଧିଥିବା ପୋଷାକ ଉପରେ ହସ୍ତଖତ କରିବା ସହିତ ତାଙ୍କ ହାତକୁ ଟାଣି ଆଣି ବି ହସ୍ତଖତ କରୁଛନ୍ତି। ଏହାପରେ ରେସ୍ତୋରାଁରେ ଉପସ୍ଥିତ ଥିବା ସମସ୍ତ ଗ୍ରାହକଙ୍କୁ ପିଜ୍ଜା ବାଣ୍ଟୁଛନ୍ତି। ତେବେ ଏହି ଘଟଣାକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ମହିଳା ଫ୍ୟାନ କହିଛନ୍ତି, ମୋର ଅନେକ ଦିନର ଇଚ୍ଛା ପୂରଣ ହୋଇଛି। ଏଥିପାଇଁ ମୁଁ ଖୁବ ଖୁସି। କାରଣ ଡୋନାଲ୍ଡ୍ ଟ୍ରମ୍ପଙ୍କ ଠାରୁ ମୋର ପୋଷାକରେ ଦସ୍ତଖତ ନେବାପାଇଁ ଅନେକ ଦିନରୁ ଇଚ୍ଛା କରିଥିଲି।’