
କେତେ କହିଲେ ବି ବାବୁମାନେ ଶୁଣୁ ନାହାନ୍ତି |
ସବୁଦିନ ଫେସବୁକ୍ ରେ ଲେଖୁଛନ୍ତି କେନ୍ଦ୍ର ଦେଲା ବା ମୋଦି ଜୀ ଦେଲେ, ନବୀନ ବାବୁ ସେଥିରେ ତାଙ୍କ ନିଜ ନାଁ ଲେଖି ପ୍ରଚାର କରୁଛନ୍ତି |
ଏବେ ଗ୍ୟାସ ବାଲା ଆସିଥିଲେ, ଗୋଟେ ଗ୍ୟାସ ସିଲିଣ୍ଡର ଦେଲେ, ମୁଁ ତାଙ୍କୁ ପେମେଣ୍ଟ କଲି 926 ଟଙ୍କା |
ସେ ବିଲ୍ ଟିଏ ଦେଲେ | ମୁଁ ସେ ବିଲ୍ ଟିକୁ ପଢିଲି, ଆପଣମାନେ ବି ପଢନ୍ତୁ |
ସେଥିରେ ଲେଖା ଅଛି
ଗ୍ୟାସ ମୂଲ୍ୟ – Rs. 881.90
CGST – Rs. 22.05
SGST – Rs. 22.05
ମୋଟ୍ – Rs. 926
ବୋଧହୁଏ
CGST ମାନେ ହେଲା Central GST ବା କେନ୍ଦ୍ର ସରକାରଙ୍କୁ ଦେଲି 22.05
SGST ହେଲା State GST ବା ରାଜ୍ୟ ସରକାରଙ୍କୁ ଦେଲି 22.05
ଅର୍ଥାତ୍ ଓଡିଶା ଲୋକ ଟିଏ 926 ଟଙ୍କା ଖର୍ଚ୍ଚ କଲେ ସେ ଉଭୟ ସରକାରଙ୍କୁ ( 5% GST ହେଲେ ) ଦାନ ଦେଲା 44.05 , ରାଜ୍ୟ ଓ ଦେଶ ଚଳାଇବା ପାଇଁ | ଏମିତି 28% ପର୍ଯ୍ୟନ୍ତ GST ଥିବ |
ସେ ପଇସା ସରକାରଙ୍କ ପାଖରେ ଠୁଳ ହେଲା, ସରକାର ସେ ପଇସା ଖର୍ଚ୍ଚ କଲେ , କର୍ମଚାରୀଙ୍କ ଦରମାରେ, କୃଷିରେ, ଶିକ୍ଷାରେ, ସ୍ୱାସ୍ଥ୍ୟରେ, 2 ଟଙ୍କିଆ ଚାଉଳରେ, ରାଫେଲ କିଣିବାରେ ଇତ୍ୟାଦି ଇତ୍ୟାଦି |
ସେଥିରେ ପୁଣି ମୋଦୀ ଦେଲେ କଣ ନା ନବୀନ ଦେଲେ କଣ ?
ପଇସା ତ ମୁଁ ଦେଲି, ଆପଣ ଦେଲେ, ମୁଲିଆ ଦେଲା, କୋଟିପତି ବି ଦେଲା, ଆମେ ସମସ୍ତେ ଦେଲେ,
ସେଥିରେ ସେମାନେ ବିଭିନ୍ନ ଯୋଜନା କଲେ,
ପଇସା ଦେବି ମୁଁ , ସେଥିରେ ପ୍ରଧାନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଦୀନ ଦୟାଲ, ଇନ୍ଦିରା ଗାନ୍ଧୀ ଇତ୍ୟାଦି ଇତ୍ୟାଦିଙ୍କ ନାଁ କାହିଁକି ଲେଖା ହେବ ?
ଯଦି ଲେଖା ହେବ,
ତାହେଲେ କେନ୍ଦ୍ର ସରକାର ପ୍ରତି ବର୍ଷ ଓଡିଶା ଲୋକଙ୍କୁ ଗୋଟେ ହିସାବ ଦିଅନ୍ତୁ,
ସେ ଓଡିଶାରୁ ନେଲେ କେତେ ହଜାର କୋଟି, ଦେଲେ କେତେ ଶହ କୋଟି
ବାକି ପଇସା ଦେବେ କେବେ
ଯଦି କମ୍ ନେଇକି ବେଶୀ ଦେଇଥିବେ, ସେ ବଳକା ପଇସାରେ ତାଙ୍କ ନାଁ ଲେଖନ୍ତୁ , ଆମର କିଛି କହିବାର ନାହିଁ,
ଆମ ନବୀନ ତା ଉପରେ ନିଜ ନାଁ ଲେଖିବେନି,
ଯଦି ବେଶି ନେଇକି କମ୍ ଦେଉଥିବେ, ନବୀନ ସେ ଯୋଜନା ବୋର୍ଡରୁ ତାଙ୍କ ନାଁ ଲିଭେଇ ଯଦି ନିଜ ନାଁ ଲେଖୁଛନ୍ତି ତ ଭଲ କରୁଛନ୍ତି, ଆହୁରି ବଡ ବଡ ଅକ୍ଷରରେ ଲେଖନ୍ତୁ, କି ହୋ ପଇସା ତ ଆମର , ସିଏ ନାଁ ଲେଖିବାକୁ ଲାଜ କରିବେ କାହିଁକି ??
ମୋରି ଧନ ମତେ ଦେଇ, ମଝିରେ ଦାତା କର୍ଣ୍ଣ ବୋଲାଇ !
ସେଥି ପାଇଁ କହୁଛି ପଇସା ପବ୍ଲିକ୍ ର , ସେଥିରେ କାହାରି ନାଁ ଲେଖା ଯିବା ଗୋଟେ ଅନୁଚିତ କର୍ମ ଅଟେ |
ଏତିକି କଥା ବୁଝ,
ଆଉ ନିର୍ଲଜଙ୍କ ପରିକା କୁହନା କି ମୋଦୀ ଦେଲେ, ନବୀନ ଦେଲେ ….
ସେ କଥାଗୁଡା ଶୁଣି ଶୁଣି ଲାଜ ଲାଗୁଛି |
ମନେରଖ, ଜଣେ ମୁଲିଆ ଯଦି ଦିନକୁ 500 ମଜୁରୀ ପାଇ ସେ ପଇସା ତା ପିଲାଛୁଆଙ୍କ ପାଇଁ ଖର୍ଚ୍ଚ କରୁଛି ତାହେଲେ ସେ ତା ପିଲାଙ୍କ ପେଟରୁ କାଟି ପ୍ରତିଦିନ ହାରାହାରି 18% GST ହିସାବରେ ରାଜ୍ୟ ଓ ରାଷ୍ଟ୍ରକୁ 90 ଟଙ୍କା ଦାନ କରୁଛି |
ରାଷ୍ଟ୍ର ପାଇଁ ଏଇଟା ତାର ଦାନ ବା Development Contribution ( DC ),
GST ବା ଟିକସ କଣ ?
ଗୋଟେ ସ୍ୱାଧୀନ ଦେଶର ନାଗରୀକ କଣ ତମ ପ୍ରଜା ଆଉ ତମେ ସବୁ ରଜା ?
କି ହୋ ଟିକସ କଣ ?
କହୁନ ଲୋକଙ୍କ ବିକାଶ ଅନୁଦାନ ବା Development Contribution , କଣ ଲାଜ ମାଡୁଚି କି ?
GST ନୁହେଁ ବରଂ ଏହାର ନାଁ ବଦଳେଇ କୁହ DC