Breaking PLUSଦୁର୍ଘଟଣା
ଯମୁନା ଏକ୍ସପ୍ରେସୱେରେ ଓ ଯାତ୍ରୀବାହୀ ବସରେ ଲାଗିଲା ନିଆଁ

ନୂଆଦିଲ୍ଲୀ ଠାରୁ ବିହାର ଦରଭଙ୍ଗା ଅଭିମୁଖେ ଯାତ୍ରା କରୁଥିବା ୦୨୫୭୦ ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ ଏକ୍ସପ୍ରେସ ଟ୍ରେନ୍ ର ଦୁଇଟି ବଗି ରେ ଲାଗିଛି। ବୁଧବାର ଉତ୍ତର ପ୍ରଦେଶର ଇଟୱା ଜିଲ୍ଲାର ସରାୟ ଗୁପ୍ତ ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ହୋଇଥିବାର ଖବର ମିଳିଛି। ଛଟ୍ ପୂଜା ପାଇଁ ଏହି ଟ୍ରେନ୍ ର ତିନୋଟି କୋଚ୍ ଯାତ୍ରୀଙ୍କ ସହିତ ଭର୍ତ୍ତି ହୋଇଥିଲେ। ଅଗ୍ନିକାଣ୍ଡ କାରଣରୁ ପ୍ରାୟ ୨୫୦ ଜଣ ଯାତ୍ରୀଙ୍କ ସମସ୍ତ ଅସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଉକ୍ତଦିନ ଅର୍ଥାତ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସରେ ମଧ୍ୟ ନିଆଁ ଲାଗିଯାଇଛି। ଏଥିରେ କେହି ମୃତାହତ କିମ୍ବା ଆହତ ହୋଇ ନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।