Breaking PLUSଦେଶରାଜନୀତି

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ସମନ ପଠାଇଲା ଇଡ଼ି

ଫଶିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଠାଇଲା ସମନ। ଏଫ୍‌ଇଏମ୍‌ଏ ତଥା (ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ-୧୯୯୯)ର ଏକ ମାମଲାରେ ଗେହଲଟଙ୍କ ପୁଅଙ୍କୁ ପଚରାଉଚରା କରିବ ଇଡି। ଏଥିପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। କିଛି ମାସ ପୂର୍ବେ ଇଡି ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍‌ ହୋଟେଲ ନାମକ ଏକ ଫାର୍ମ ବିରୋଧରେ ଚଢ଼ାଉ କରିଥିଲା। ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ (FEMA) ଅଧୀନରେ ୨୯ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ରିସୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରତନ କାନ୍ତ ଶର୍ମା, ଯିଏକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟଙ୍କ ବିଜ୍‌ନେସ୍‌ ପାର୍ଟନର୍‌। ଏହି ମାମଲାରେ ରତନ କାନ୍ତଙ୍କ ସମ୍ପୃକ୍ତି ରହିଛି। ସୂଚନାଅନୁଯାଇ ପୂର୍ବରୁ ଅଶୋକ ଗେହଲଟ୍‌ ଇଡିର କାର୍ଯ୍ୟଶୈଳୀକୁ ନେଇ ଏକ ଟିପ୍ପଣୀ କରିଥିଲେ। ଇଡି ଦ୍ୱାରା ଦେଶରେ ତାମସା ଚାଲିଛି। ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରାଯିବା ପରେ ଗେହଲଟଙ୍କ ଏହି ବୟାନ ସାମ୍ନାକୁ ଆସିଥିଲା। ସେହି ସମୟରେ ସେ କହିଥିଲେ ଯେ ଆଜି ସୋନିଆ ଜୀଙ୍କୁ ତୃତୀୟ ଥର ପାଇଁ ଇଡି ଡକାଇଛି। ସମଗ୍ର ଦେଶରେ ଇଡିର ଆତଙ୍କ ରହିଛି। ସରକାରଗୁଡିକୁ ହଟାଇବା ପାଇଁ ଇଡିର ବ୍ୟବହାର କରାଯାଉଛି। ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ସାରା ଦେଶ ଚିନ୍ତିତ। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଆସୁଥିବା ବେଳେ. ରାଜସ୍ଥାନର ଶାସକ ଦଳ ଉପରେ ଇଡିର ଏଭଳି ଚଢ଼ାଉକୁ ନେଇ ରାଜନୀତିରେ ହଇଚଇ ଆରମ୍ଭ ହୋଇଛି।

Show More

Related Articles

Back to top button