ଲକ୍ଷ୍ମୀ ଯୋଜନାକୁ ନେଇ କୋରାପୁଟରେ ବସ ଧର୍ମଘଟ

ରାଜ୍ୟରେ ଘରୋଇ ବସ ମାଲିକ ସଂଘର ବିରୋଧ ପ୍ରତିକ୍ରିୟା । ‘ଲକ୍ଷ୍ମୀ’ ଯୋଜନାକୁ ନେଇ ବସ ମାଲିକଙ୍କ ଧର୍ମଘଟ ଚାଲିଛି । ୨୪ ଘଣ୍ଟିଆ ବସ ବନ୍ଦର ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ଏହି ଧର୍ମଘଟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଆଦି ସ୍ଥାନରେ ୨୪ ଘଣ୍ଟା ପାଇଁ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି । ଏଠାରେ ଧର୍ମଘଟ ଚାଲିଥିବା ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାରୁ କୌଣସି ବେସରକାରୀ ବସ ଆସିପାରିବ ନାହିଁ । ଜିଲ୍ଲାର କୌଣସି ଘରୋଇ ବସ୍ ଚଳାଚଳ କରୁନଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଘରୋଇ ବସ ଆସିନାହିଁ। ସଂଘର କର୍ମକର୍ତ୍ତାମାନେ ମାଲକାନଗିରି ବସଷ୍ଟାଣ୍ଡଠାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ମଧ୍ୟ ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୦୦ ଵସ ଚଳାଚଳ ବନ୍ଦ ରହିଛି। ୧୦ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନ ନେଲେ ରାଜ୍ୟ ଘରୋଇ ବସ ମାଲିକ ମହାସଂଘ ଆନ୍ଦୋଳନରେ ବି ସାମିଲ ହେଵେ ବୋଲି ଚେତାବନୀ ଦିଆଯାଇଛି। ଘରୋଇ ବସ୍ ଗୁଡ଼ିକ ଆଜି ସକାଳ ୬ଟାରୁ ଚଳାଚଳ ବନ୍ଦ କରିଥିବା ବେଳେ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।