
ଶେହାନାଜ ଗିଲ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ରାଘବ ଜୁୟାଲଙ୍କ ସହ କାମ କରିବା କଥା ସମସ୍ତେ ଜାଣନ୍ତି। ଶେହାନାଜ ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିଥିବା ହେତୁ କିଛି ଲୋକ ଭାବୁଛନ୍ତି ଯେ ଉଭୟ ଡେଟିଂ କରୁଛନ୍ତି ବୋଲି। ଯଦିଓ ରାଘବ ଏହି ଦାବିକୁ ଅନେକ ଥର ଅସ୍ୱୀକାର କରିଛନ୍ତି, ତଥାପି ପ୍ରଶଂସକମାନେ ଭାବନ୍ତି ଯେ ଶେହନାଜ ଏବଂ ରାଘବ ଡେଟିଂ କରୁଛନ୍ତି। ଏହାର ଅନ୍ୟ ଏକ କାରଣ ହେଉଛି ନିକଟରେ ଅଭିନେତ୍ରୀ ରାଘବଙ୍କ ସହରରେ ନଜର ଆସିଥିଲେ। ଦୁହେଁ ଏକାଠି ବଦ୍ରିନାଥ ମନ୍ଦିର ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅଭିନେତ୍ରୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଟ୍ରୋଲରମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଶେହନାଜ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ସେଲଫି ପୋଷ୍ଟ କରିଛନ୍ତି, ଯେଉଁଥିରେ ଚଷମା ସହିତ ମୁହଁରେ ଫିଲ୍ଟର ଅଛି। ଚଷମା ଲେନ୍ସରେ ‘ମୁଁ ଖାତିର କରେ ନାହିଁ’ ବା ‘ଆଇ ଡୋଣ୍ଟ୍ କେୟାର୍’ ବୋଲି ଲେଖାଯାଇଥିଲା। କଳା-ଧଳା ଚିତ୍ରରେ ଶେହନାଜ୍ କ୍ୟାମେରା ଆଡକୁ ଏକଦମ ବସି ଅନ୍ଦାଜରେ ଚାହିଁଛନ୍ତି। ନିକଟରେ ରାଘବଙ୍କୁ ଏକ ମନ୍ଦିରରେ ନୀଳ ଜ୍ୟାକେଟ୍ ପିନ୍ଧିଥିବା ଜଣେ ଯୁୁବତୀ ସହିତ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ମୁଣ୍ଡରେ ‘ମଙ୍କି କ୍ୟାପ୍’ ପିନ୍ଧିଥିଲେ। ସେହିପରି ଜ୍ୟାକେଟ୍ ଓ କ୍ୟାପ୍ରେ ଶେହେନାଜଙ୍କୁ ଦେଖିବା ପରେ ଲୋକ ତାଙ୍କୁ ଅଭିନେତ୍ରୀ ବୋଲି ଅନୁମାନ ଲଗାଇଥିଲେ। ମାତ୍ର ସେ ଦୁହେଁ ପରସ୍ପରଙ୍କୁ ସର୍ବଦା ଭଲ ବନ୍ଧୁ ବୋଲି କହି ଆସିଛନ୍ତି। ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି।