ସନ୍ଥ ବିଠୋବା
ବାଳ ଯୋଗୀ ସନ୍ଥ
ଜ୍ଞାନେଶ୍ବରଂକର
ପିତା ତ ବିଠଲ ପନ୍ଥ
‘ବିଠୋବା’ ନାମରେ
ଡାକୁଥିଲେ ତାଙ୍କୁ
ସିଏ ଥିଲେ ଜଣେ ସନ୍ଥ।
ବିବାହର ଅଳ୍ପ
ଅବଧି ପରେ ସେ
ଗଂଗା ସ୍ନାନ ପାଇଁ ଗଲେ
କାଶୀଧାମ ଯାଇ
ରାମାନନ୍ଦଙ୍କୁ ସେ
ଗୁରୁ ରୂପେ ବରିନେଲେ।
ଗୁରୁ ରାମାନନ୍ଦ
‘ଚୈତନ୍ୟ ସ୍ବାମୀ’ ରେ
ନାମିତ କରିଲେ ତାଙ୍କୁ
ଆଶ୍ରମ ଦାୟିତ୍ବ
ତାଂକ ହାତେ ଦେଇ
ଗୁରୁ ଗଲେ ବୁଲିବାକୁ।
ବୁଲି ବୁଲି ଶେଷେ
ଆଳନ୍ଦି ଗ୍ରାମରେ
ପହଞ୍ଚି ସେ ଯାଇଥିଲେ
ଚୈତନ୍ୟ ସ୍ବାମୀଂକ
ଗ୍ରାମ ବୋଲି ଇଏ
ଲୋକ ମୁଖୁ ଶୁଣିଥିଲେ।
ଚଇତନ୍ଯ ସ୍ବାମୀ
ବିବାହିତ ବୋଲି
କେବେ ବି ଜାଣି ନ ଥିଲେ
ଗଂଗା ସ୍ନାନ ଲାଗି
ଯାଉଛନ୍ତି ବୋଲି
ଘରେ ସିଏ କହିଥିଲେ
ରାମାନନ୍ଦ ତହୁଁ
ସେଇଠୁ ଫେରିଲେ
ଆଶ୍ରମକୁ ଚାଲିଗଲେ
ନିଦ୍ରାଗତ ହୋଇ
ଆଶ୍ରମରେ ସିଏ
ଦିବ୍ୟ ସ୍ବପ୍ନ ଦେଖି ଥିଲେ।
ଚୈତନ୍ୟ ସ୍ବାମୀଂକୁ
ଡାକି କହିଥିଲେ
“ଗୃହସ୍ଥାଶ୍ରମକୁ ଯାଅ
ପିତାମାତା ଆଉ
ପତ୍ନୀଂକ ପାଖରେ
ନିଜ ଭୁଲ ମାଗି ନିଅ।
ବ୍ରହ୍ମା ବିଷ୍ଣୁ ଶିବ
ନିଜେ ସରସ୍ଵତୀ
ଅପେକ୍ଷାରେ ରହିଛନ୍ତି
ତୁମରି ଔରସୁ
ଜନ୍ମ ନେବେ ବୋଲି
ସ୍ବପ୍ନରେ ହିଁ କହିଛନ୍ତି।”
ଗୁରୁଂକୁ ପ୍ରଣାମ
ଜଣାଇ ଚୈତନ୍ୟ
ସ୍ବଗୃହକୁ ଫେରିଗଲେ
ପତ୍ନୀଂକ ସହିତ
ସହବାସ କରି
ପୁତ୍ର କନ୍ଯା ପ୍ରାପ୍ତ ହେଲେ।
ତିନି ପୁତ୍ର ଆଉ
ଏକ କନ୍ଯାର ସେ
ପିତୃତ୍ବ ଅର୍ଜନ କଲେ
ନିବୃତ୍ତିନାଥ ଓ
ଜ୍ଞାନ ଦେବ ଆଉ
ସୋପାନ ନାଥ ହିଁ ଥିଲେ।
ତିନି ପୁତ୍ର ସାଥେ
ଏକ କନ୍ଯା ଥିଲା
ନାମ ତାର ମୁକ୍ତାବାଇ
ଧନ୍ଯ ହୋଇଗଲେ
ପିତା ବିଠୋବା ଓ
ମାତା ଶିରୀ ରୁକ୍କାବାଇ।
ମାତା ପାଶେ ଛାଡି
ଚାରି ସନ୍ତାନଂକୁ
ବିଠୋବା ଛାଡିଲେ ଘର
ଜଂଗଲ ଭିତରେ
ତପସ୍ୟା କରିଲେ
ଚାଲିଗଲେ ବହୁଦୂର।
ଚାରି ସନ୍ତାନଂକ
ଅପୂର୍ବ ମହିମା
ପ୍ରସାରିତ ହୋଇଗଲା
ସାଧୁ ସନ୍ନ୍ୟାସୀ ଓ
ଋଷି ମୁନିଂକର
ଆତଯାତ ପୁଣି ହେଲା।
ଦେବଗିରି ରାଜା
ତାଂକ ପାଶେ ଆସି
ସାନ୍ନିଧ୍ୟ ବି ଲାଭ କଲେ
ଏହିମାନଂକର
ପିତା କିଏ ବୋଲି
ଅନ୍ବେଷଣ ସିଏ କଲେ।
ଘଂଚ ଜଂଗଲରୁ
ଆବିଷ୍କାର କଲେ
ଗୁମ୍ଫାରେ ସେ ରହୁଥିଲେ
ସଂଗେ ଆସିବାକୁ
ଯେତେ ବି କହିଲେ
ପ୍ରତ୍ଯାଖ୍ଯାନ ସିଏ କଲେ।
******
ଅକ୍ଷୟ ମହାନ୍ତି। ନିର୍ମାଲ୍ୟ