Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସ୍ୱଚ୍ଛତାରେ ଓଡ଼ିଶାର ଦମ୍‌ଦାର ପ୍ରଦର୍ଶନ, ପୁରୀ ପ୍ରଥମ ଓ ଆସିକା ଦ୍ୱିତୀୟ

ଭୁବନେଶ୍ୱର: ଜାତୀୟ ସ୍ତରରେ ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ରାଜ୍ୟର ପୁରୀ, ଭୁବନେଶ୍ୱର ଓ ଆସିକା ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ସମ୍ମାନ ଗ୍ରହଣ କରିଥିଲେ।

ପୁରସ୍କାର ତାଲିକାରେ ପୁରୀ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଭୁବନେଶ୍ୱରକୁ ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ସ୍ୱୀକୃତି ମିଳିଥିବାବେଳେ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସହରାଞ୍ଚଳରେ ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗରେ ଓଡ଼ିଶାର ପ୍ରୟାସକୁ ଏହି ପୁରସ୍କାର ସ୍ୱୀକୃତି ଦେଇଛି। ଏଥିରେ ସଫେଇ କର୍ମଚାରୀ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ସାଧାରଣ ନାଗରିକଙ୍କ ସମ୍ମିଳିତ ଉଦ୍ୟମର ପ୍ରତିଫଳନ ଘଟିଛି।

ସ୍ୱଚ୍ଛ ଭାରତ ମିଶନ୍‌-ସହରାଞ୍ଚଳ ଅଧୀନରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣର ଏହା ଦଶମ ସଂସ୍କରଣ। ଚଳିତବର୍ଷ ନାଗରିକଙ୍କ ସହଭାଗିତା, ସଂସ୍ଥାଗତ ଉତ୍ତରଦାୟିତ୍ୱ ଓ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ଗୁରୁତ୍ୱ ଦିଆଯାଇଛି।

Show More

Related Articles

Back to top button