
ଅଗଷ୍ଟ ୧୦ ତାରିଖରେ ରିଲିଜ୍ ହୋଇଥିବା ରଜନୀକାନ୍ତ ଙ୍କ ଫିଲ୍ମ ଜେଲର ୧୭ ଦିନ ରେ ବକ୍ସ ଅଫିସ୍ ରେ ଏବେ ବି ନିଜର ଆଭିମୁଖ୍ୟ ରଖିଛି । ରଜନୀକାନ୍ତ ଏହି ଚଳଚ୍ଚିତ୍ର ସହିତ ୨ ବର୍ଷ ପରେ ବଡ଼ ପରଦା କୁ ଫେରିଛନ୍ତି। ଯାହାକୁ ଦେଖିବା ପାଇଁ ତାଙ୍କ ପ୍ରସସଙ୍କ ମାନେ ଦୀର୍ଘ ସମୟ ଧରି ଉତ୍ସାହିତ ଥିଲେ। ଯାହା କି ସ୍ପଷ୍ଟ ଭାବରେ ଏହି ଚଳଚ୍ଚିତ୍ର ର ରୋଜଗାରରେ ଦେଖିବାକୁ ମିଳିଛି। ତେବେ ଜେଲର ରଜନୀକାନ୍ତ ଙ୍କ ବ୍ୟତୀତ ମୋହନଲାଲ, ଜ୍ୟକି ସ୍ରଫ ଏବଂ ଶିବ ରାଜକୁମାର,ପ୍ରିୟଙ୍କା ମୋହନ, ତମନ୍ନା ଭାଟିଆ, ରାମିଆ କୃଷ୍ଣନ, ଯୋଗୀ ବାବୁ, ବସନ୍ତ ରବି ଏବଂ ବିନୟକାନ ମଧ୍ୟ ଏହି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକା ରେ ନଜର ଆସିଛନ୍ତି।
ରଜନୀକାନ୍ତଙ୍କ ଫିଲ୍ମ ର ଉତ୍ସାହ ସବୁଆଡେ ରହିଥାଏ। ସେଇଥିପାଇଁ ୩୦୦ କୋଟି ଅତିକ୍ରମ କରିବା ପରେ ମଧ୍ୟ ଫିଲ୍ମ ଟି ବକ୍ସ ଅଫିସ ରେ ଭଲ ରୋଜଗାର କରୁଛି ।
ଏବେ ଏହି ଫିଲ୍ମର ୧୭ ତମ ଦିନର ରୋଜଗାରର ଆକଳନ ସାମ୍ନା କୁ ଆସିଛି। ବକ୍ସ ଅଫିସ୍ ଟ୍ରାକର ଅନୁଯାୟୀ ଏହି ଫିଲ୍ମ ଶନିବାର ଦିନ ୫.୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଯେଉଁଥିପାଇଁ ଫିଲ୍ମ ର ମୋଟ ରୋଜଗାର ୩୦୭.୭୦ କୋଟିକୁ ବୃଦ୍ଧି ପାଇଛି। ଅନ୍ୟପଟେ ଯଦି ଦେଖିବା ଏହି ଫିଲ୍ମଟି ସାରା ବିଶ୍ଵ ରେ ବର୍ତ୍ତମାନ ସୁଦ୍ଧା ୫୩୭.୨୫ କୋଟି ଟଙ୍କା ସଂଗ୍ରହ କରିଛି। ସପ୍ତାହ ଶେଷ ରେ ଫିଲ୍ମ ର ଅଭିବୃଦ୍ଧି ଦେଖିବାକୁ ମିଳିଛି ତେବେ ଦେଖିବାକୁ ବାକି ରହିଲା ସପ୍ତାହ ର ଆଉ ଗୋଟେ ଦିନ ବାକି ଅର୍ଥାତ ରବିବାର ଏହା କେତେ ଲାଭ ପାଇବ।ଏବେ ଦେଖିବାକୁ ବାକିରହିଲା ଏହି ଚଳଚ୍ଚିତ୍ର ଟି ବକ୍ସ ଅଫିସ ରେ କେତେ ଦିନ ପର୍ଯ୍ୟନ୍ତ ନିଜର ଚରିତ୍ର କୁ ବଜାୟ ରଖୁଛି।