ଦେଶ ବିଦେଶ
୪୨ଟି ବିମାନବନ୍ଦରରେ ଜାରି ହେଲା ହାଇଆଲର୍ଟ

ଫିଲିପାଇନ୍ସ ୪୨ଟି ବିମାନବନ୍ଦର ଉପରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ବାଣିଜ୍ୟିକ ବିମାନରେ ବୋମା ଧମକ ପରେ ଯାଞ୍ଚ ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏପରି କରିଥିବା କଥା କହିଛନ୍ତି। ଫିଲିପାଇନ୍ସର ସମସ୍ତ ବାଣିଜ୍ୟିକ ବିମାନବନ୍ଦରରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି ଫିଲିପାଇନ୍ସର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏପି)ର ମିଡିଆ ପରାମର୍ଶଦାତା କହିଛନ୍ତି। ଏଥିରେ କୁହାଯାଇଛି ଯେ, ଚିହ୍ନଟ ହୋଇଥିବା ବିମାନଗୁଡ଼ିକ ସେବୁ, ବିକୋଲ, ଡାଭାଓ ଏବଂ ପାଲଓ୍ବାନ ଅଭିମୁଖେ ଯାତ୍ରା କରିଛି ଏବଂ ଏୟାର ଟ୍ରାଫିକ ସେବା ଦ୍ୱାରା ଚେତାବନୀ ମଧ୍ୟ ଦିଆଯାଇଛି।