Breaking PLUSଦେଶମୁଖ୍ୟ ଖବର
୫ ରାଜ୍ୟରେ ନିର୍ବାଚନକୁ ନେଇ ଖୁବ୍ ଶୀଘ୍ର ହୋଇପାରେ ଘୋଷଣା

ଚଳିତ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁସାରେ ଛତିଶଗଡରେ ଦୁଇଟି ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ। ୫ ରାଜ୍ୟ ଗସ୍ତ ପରେ ନିର୍ବାଚନ ଆୟୋଗ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ ସୂଚନା ମୁତାବକ ନଭେମ୍ବରରେ ଦୀପାବଳି ପରେ ଡିସେମ୍ବରର ଦ୍ୱିତୀୟ ସପ୍ତାହ ସୁଦ୍ଧା ୫ ରାଜ୍ୟରେ ମତଦାନ ଶେଷ କରିବାକୁ ଯୋଜନା ରହିଛି। ଏଥି ସହିତ ଡିସେମ୍ବର ୧୫ ପୂର୍ବରୁ ଏହି ସମସ୍ତ ରାଜ୍ୟରେ ଭୋଟ ଗଣନା ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁମୋଦନ ପରେ ନିର୍ବାଚନ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ଅନୁମୋଦନ ଦିଆଯିବ ଏବଂ ତା’ପରେ ଘୋଷଣା କରାଯିବ। ଆଜି ପର୍ଯ୍ୟବେକ୍ଷକ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।