ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବେଆଇନ ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ, ମିଳିବନି ଜାମିନ: କଡ଼ା ବିଲ୍‌ ପାରିତ କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ: ବେଆଇନ ଧର୍ମାନ୍ତରଣ ରୋକିବା ପାଇଁ ଉତ୍ତରାଖଣ୍ଡ ସରକାର ଗୋଟିଏ କଡ଼ା ବିଲ୍‌ ପାରିତ କରିଛନ୍ତି। ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ। ଧର୍ମାନ୍ତରଣକୁ ଏଣିକି ଗୋଟିଏ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ। ସେହିପରି ଦୋଷୀଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ। ଅଭିଯୋଗ ନ ହୋଇଥିଲେ ମଧ୍ୟ ପ୍ରଶାସନ ଓ ପୁଲିସ୍‌ ନିଜ ଆଡ଼ୁ ଘଟଣାର ତଦନ୍ତ କରିପାରିବେ ବୋଲି ବିଲ୍‌ରେ ବ୍ୟବସ୍ଥା କରାଯାଇଛି।

ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ(ସଂଶୋଧନ) ଆଇନ ୨୦୨୨ରେ ଗିରଫଦାରୀ ଓ ଜେଲ ବ୍ୟତୀତ ବେଆଇନ ଧର୍ମାନ୍ତରଣ କରୁଥିବା ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରିବ। ଏଥିସହ ଦୋଷୀକୁ ଧର୍ମାନ୍ତରଣ ଶିକାର ହୋଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା ଯାଏ କ୍ଷତିପୂରଣ ଦେବାର ପ୍ରାବଧାନ ବିଲ୍‌ରେ ରହିଛି।

ପୂର୍ବରୁ ରାଜ୍ୟରେ ପ୍ରଚଳିତ ଧର୍ମାନ୍ତରଣ ବିରୋଧ ଆଇନରେ ଦୋଷୀଙ୍କୁ ଗୋଟିଏ ବର୍ଷରୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡର ବ୍ୟବସ୍ଥା ରହିଥିଲା। ଏବେ ପ୍ରଚଳିତ ହେବାକୁ ଥିବା ଆଇନରେ କୁହାଯାଇଛି ଯେ, କେହି ବି ଅନ୍ୟ ଧର୍ମର ଲୋକଙ୍କୁ ଧର୍ମାନ୍ତରଣ ପାଇଁ ସିଧାସଳଖ କିମ୍ବା ପରୋକ୍ଷରେ ପ୍ରବର୍ତ୍ତାଇ ପାରିବେ ନାହିଁ।

ଧର୍ମାନ୍ତରଣ ପାଇଁ କାହାକୁ ବି ଭୁଲ ତଥ୍ୟ, ଟଙ୍କା, ବଳ ଓ ଅନ୍ୟ କୌଣସି ପ୍ରକାରର ପ୍ରଲୋଭନ ଦେଖାଇପାରିବେ ନାହିଁ। ଯଦି କେହି ଏପରି କାମ କରନ୍ତି, ତା’ହେଲେ ସେମାନଙ୍କୁ ଜେଲଦଣ୍ଡ ସହ ଜୋରିମାନା ଭରିବାକୁ ହେବ ବୋଲି ଏଥିରେ କୁହାଯାଇଛି।

Show More

Related Articles

Back to top button