Breaking PLUSଓଡ଼ିଶାମୁଖ୍ୟ ଖବର

ପୀତବାସ ପଣ୍ଡା ହତ୍ୟା ଘଟଣାରେ 12 ଗିରଫ

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୧୨ ଜଣ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଏବଂ ବର୍ତ୍ତମାନର ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ ,ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ୍ ପାସୱାନ ଓ କୁନ୍ଦନ ପାସୱାନ ।

ଏହା ଏକ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ଥିଲା ବୋଲି ବ୍ରହ୍ମପୁର ଏସପି ଡା ସର୍ବନା ବିବେକ ଏମ ସୂଚନା ଦେଇଛନ୍ତି । ବିକ୍ରମ ଓ ପିଣ୍ଟୁ ଦାସ ମିଳିତ ଭାବେ ଏହି ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ । ମୋଟ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିବା ବେଳେ ସୁଟର ମାନେ ଆଗୁଆ ୧୦ ଲକ୍ଷ ନେଇଥିଲେ। ପୁଲିସ ଅଭିଯୁକ୍ତଙ୍କ ଠାରୁ ୨ ଟି ବନ୍ଧୁକ, ଏକାଧିକ ମୋବାଇଲ ଜବତ କରିଛି । ଏହି ମାମଲାରେ ତିନି ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଏସପି କହିଛନ୍ତି ।

Show More

Related Articles

Back to top button