Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷରେ ନିଆଁ ଲାଗି ଜଳିଗଲା 12 ବଖରା

କଟକ : ନୂଆବର୍ଷରେ ବଡ ଅଘଟଣ। ନିଆଁ  ଲାଗି ଜଳିଗଲା ୧୨ ବଖରା ଘର। କଟକ ଜିଲ୍ଲା ନିଆଳି ମାଧବ ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳେ ପ୍ରଧାନ ସାହିରେ ଅଗ୍ନିକାଣ୍ଡ ଘଟି ୧୨ ଟି ପରିବାରର ଘର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗି ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Show More

Related Articles

Back to top button