Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିହାରରେ ସଡକ ଦୁର୍ଘଟଣାରେ 13 ମୃତ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପାଟଣା, ୧୨ ଏପ୍ରିଲ – ବିହାରର କଟିହାର ଜିଲ୍ଲାର କୋଢା ଥାନା ଅଂଚଳରେ ସଡକ ଦୁର୍ଘଟଣା ।  ଜାତୀୟ ରାଜପଥ ସଂଖ୍ୟା-୩୧ ଉପରେ ଶନିବାର ସନ୍ଧ୍ୟାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

ହରଦାରୁ ପୂର୍ଣ୍ଣିଆକୁ ଯାଉଥିବା ଏକ ଦ୍ରୁତ ଗତିର ବସ ସାମ୍ନାରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇଟି ମୋଟରସାଇକେଲ ମଧ୍ୟ  ପଡ଼ିଯାଇଥିଲା। ଏହି ଘଟଣାରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୭ ଜଣ ଗୁରୁତର ଆହତ ହୋଇଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ବିହାରର କଟିହାରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଲୋକମାନଙ୍କ ମୃତ୍ୟୁର ଖବର ଅତ୍ୟନ୍ତ ବିଦାରକ। ମୁଁ ଶୋକାକୁଳ ପରିବାରସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ଆହତମାନେ ଶୀଘ୍ର ସୁସ୍ଥ ହେଉନ୍ତୁ ବୋଲି ପ୍ରାର୍ଥନା କରୁଛି।”

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ବିହାରର କଟିହାରରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ବିଦାରକ। ପରିଜନଙ୍କୁ ହରାଇଥିବା ସମସ୍ତଙ୍କ ପ୍ରତି ଗଭୀର ସମବେଦନା। ଆହତମାନଙ୍କର ଶୀଘ୍ର ସୁସ୍ଥତା କାମନା କରୁଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ନିଧିରୁ ୨ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦିଆଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।

Show More

Related Articles

Back to top button