
ଗତ ୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୮୧ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୪୧, ଖୋର୍ଦ୍ଧାରୁ ୩୧,ସମ୍ବଲପୁରରୁ ୧୩, କଟକରୁ ୧୧, କଳାହାଣ୍ଡିରୁ ୮, ସୋନପୁରରୁ ୮, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରୁ ୬ଜଣ ଥିବା ବେଳେ ବଲାଙ୍ଗୀର,ଜଗତ୍ସିଂହପୁର, ଯାଜପୁର, ମୟୁରଭଞ୍ଜ ଏବଂ ନୂଆପଡ଼ାରୁ ୫ ଜଣ ରହିଛନ୍ତି।
ସେହିପରି ଗଞ୍ଜାମରୁ ୪, ପୁରୀରୁ ୪, ବରଗଡରୁ ୩, ଅନୁଗୋଳରୁ ୨,ଝାରସୁଗୁଡାରୁ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୬ ଜଣ ରହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ।



