
ରାଜ୍ୟରେ ତଳଉପର ଦୈନିକ ସଂକ୍ରମଣ । ଏହାରି ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୯୭ କରୋନା ଆକ୍ରାନ୍ତ । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୨ ଏବଂ କଟକରୁ ୨୭,ନୟାଗଡ଼ରୁ ୧୫, ବରଗଡ଼ ୧୨, ବାଲେଶ୍ୱର ୧୧, ରାୟଗଡ଼ା ୬, ଭଦ୍ରକ ୫, ଜଗତସିଂହପୁର ୫, ଯାଜପୁର ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦୁଝରରୁ ୫, ମୟୂରଭଞ୍ଜ ୫, କେନ୍ଦ୍ରାପଡ଼ା ୪, ସୋନପୁର ୪, ବଲାଙ୍ଗୀର ୩, ଗଜପତି ୩, ଗଞ୍ଜାମ ୩, ନୂଆପଡ଼ା ୩, ନବରଙ୍ଗପୁର ୨, ଝାରସୁଗୁଡ଼ା ଏବଂ କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍ପୁଲ୍ ସଂଖ୍ୟା ରହିଛି ୯।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୩,୮୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।