Breaking PLUSଓଡ଼ିଶାମୁଖ୍ୟ ଖବର
ଛତିଶଗଡ଼ ସୁକ୍ମାରେ କୋବ୍ରା ବାହିନୀ-ମାଓବାଦୀ ଗୁଳି ବିନିମୟ,୨ ଯବାନ ଆହତ

ସୁକମା- ନକ୍ସଲ ପ୍ରଭାବିତ ଅଂଚଳ ସୁକମାରେ ଗତବାଲି ବିଳମ୍ବିତ ରାତିରେ ପୋଲିସ କ୍ୟାମ୍ପ ଉପରକୁ ନକ୍ସଲମାନେ ଫାୟାରି କରିଛନ୍ତି । ଏଥିରେ ସିଆରପିଏଫ କୋବ୍ରା ବାଟାଲିୟନର ଦୁଇଜଣ କମାଣ୍ଡୋ ଆହତ ହୋଇଛନ୍ତି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସିଆରପିଏଫର 241ବି ବାଟାଲିୟନ ଗୋମାଗୁଡା ନିକଟ ଚିନ୍ତଲନାର ପୋଲିସ ଷ୍ଟେସନ ଅଂଚଳରେ ଏହି ଫରୱାର୍ଡ ଅପରେଟିଂ ବେସ୍ ସ୍ଥାପିତ ହୋଇଛି, ଯାହା ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ ।