ବଲାଙ୍ଗିର : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଠାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ନକ୍ସଲ। ଏଥିରେ ପୁଲିସ୍ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଦୁଇ ନିହତ ନକ୍ସଲ ମହିଳା।
ନିହତ ନକ୍ସଲ ଦ୍ୱୟଙ୍କ ପରିଚୟ ଜଣାପଡ଼ିନାହିଁ। ବଲାଙ୍ଗିର ଜିଲ୍ଲା ପୁଲିସ୍ ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇ ନାହିଁ।
ଆଜି ସକାଳେ ପୁଲିସ୍ ପକ୍ଷରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିମାଡ଼ରେ ୨ ଜଣ ମହିଳା ନକ୍ସଲ ନିହତ ହୋଇଥିବା ବେଳେ ପୁଲିସ୍ ମୃତଦେହ ଗୁଡ଼ିକୁ ଜବତ କରିଛି। ଏହି ଅଞ୍ଚଳରେ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନ୍ ଜାରି ରହିଛି।
ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ବରଗଡ଼-ବଲାଙ୍ଗିର ଜିଲ୍ଲାର ସୀମାବର୍ତ୍ତୀ ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହେବା ଘଟଣା ଦୁଇ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।