Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
ପୁଣି ଅଶାନ୍ତ ଉପତ୍ୟକା, ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା

ଜମ୍ମୁ କଶ୍ମୀର- ପୁଣି ଅଶାନ୍ତ ଉପତ୍ୟକା । ଶୋପିଆନ୍ର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଶ୍ମୀର ପୋଲିସ ଏହି ସୂଚନା ଦେଇଛି।
ପୋଲିସର ସୂଚନାନୁସାରେ, ନିହତ ହୋଇଥିବା ଆତଙ୍କବାଦୀ ହେଲେ ମୋରିଫତ ମକବୁଲ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କରର ଜଜିମ ଫାରୁକ ଓରଫ ଅବରାର କଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଆତଙ୍କବାଦୀ ଅବରାର ସମ୍ପୃକ୍ତ ଥିଲେ।



