
କଟକ: ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ୨୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି । ପତ୍ନୀଙ୍କୁ ୨୦ ଲକ୍ଷ କ୍ଷତିପୂରଣ ୬ ସପ୍ତାହ ଭିତରେ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିଚାରାଧୀନ ବନ୍ଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ ହୋଇଥିଲା । ନିମାପଡା ସବ୍ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଇଥିଲା । ୨୦୧୭ ଜାନୁଆରି ୨୬ରେ ଆବେଦନକାରୀଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଦର୍ଶାଇ ହାଇକୋର୍ଟ ଆସିଥିଲେ ସ୍ତ୍ରୀ ।



