Breaking PLUSଓଡ଼ିଶାମୁଖ୍ୟ ଖବର
ଫେବୃୟାରୀରୁ ଅସହ୍ୟ ତାତି

୨୦୨୪ରେ ତାତି ରେକର୍ଡ ଭାଙ୍ଗିଥିଲା। ଅନୁରୂପ ଭାବେ ୨୦୨୫ରେ ବି ଅସମ୍ଭାଳ ଗ୍ରୀଷ୍ମ ଅନୁଭୂତ ହେବାର ଆଶଙ୍କା ରହିଛି। ଫେବୃଆରୀ ପ୍ରଥମ ସପ୍ତାହ ତାତିକୁ ଦେଖିଲେ ୨୦୨୪କୁ ୨୦୨୫ବର୍ଷ ବଳିଯିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ବୁଧବାର ବଲାଙ୍ଗିର ଏବଂ ମାଲକାନଗିରିରେ ଦିନ ତାପମାତ୍ରା ୩୬ଡିଗ୍ରୀ ଛୁଇଁଥିବା ବେଳେ ହୀରାକୁଦ, ସମ୍ବଲପୁର ଏବଂ ଭବାନୀପାଟଣାରେ ୩୫.୫ଡିଗ୍ରୀ, ସୁବର୍ଣ୍ଣପୁର ୩୫.୨, ଅନୁଗୋଳ, ୩୫.୧ ଏବଂ ପାରଳାଖେମୁଣ୍ଡି ୩୫ଡିଗ୍ରୀ ରହିଛି। ଭୁବନେଶ୍ବର ୩୩.୮ ଏବଂ କଟକରେ ୩୧.୮ ଡିଗ୍ରୀ ରହିଛି।