Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି। ପୁଣିଥରେ କରୋନା ୨୬୨୭ ଜଣଙ୍କ ଜୀବନ ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ମାସରୁ ଧୀରେଧୀରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମେ' ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି। ପୁଣିଥରେ କରୋନା ୨୬୨୭ ଜଣଙ୍କ ଜୀବନ ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ମାସରୁ ଧୀରେଧୀରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଏକଦା ଦେଶରେ ଦୈନିକ ୪ ଲକ୍ଷରୁ ଅଧିକ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଥିଲେ। ତେବେ ଧୀରେଧୀରେ ଦେଶରେ ସଂକ୍ରମଣ କମିବା ସହ ଏବେ ଦୈନିକ ୭୦ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬୦,୪୭୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗଲା ୭୫ ଦିନ ମଧ୍ୟରେ ସବୁ ଠାରୁ କମ। ହେଲେ ମୃତ୍ୟୁସଂଖ୍ୟା ଦୈନିକ ୨୫ ଶହ ଉପରେ ରହୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାମାରୀ କରୋନା ଦେଶରେ ଆଉ ୨୭୨୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୭୭,୦୩୧ରେ ପହଞ୍ଚି ଯାଇଛି। ସେହିପରି ଦିନକରେ ୧୧୭୫୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୨,୮୨,୮୦,୪୭୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭେ କେସ୍‌ ସଂଖ୍ୟା ୯,୧୩,୩୭୮ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍‌ ସଂଖ୍ୟା ଆଜି ୫୯,୭୮୦ ହ୍ରାସ ପାଇଛି।

Show More

Related Articles

Back to top button